/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650438544.jpg)
State Bank Of India Hikes Lending Rate By 0.1%; Monthly EMIs To Go Up
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମାର୍ଜିନାଲ୍ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (MCLR)ରେ ୧୦ ପ୍ରତିଶତ ବେବିସ ପଏଣ୍ଟକୁ ବୃଦ୍ଧି କରିବାର ଘୋଷଣା କରିଛି । ଏହା ୧୫ ଏପ୍ରିଲ୍ରୁ କର୍ଯ୍ୟକାରୀ ହୋଇଛି । ଫଳରେ ହୋମ୍ ଲୋନ୍, ପ୍ରସନାଲ୍ ଲୋନ୍, ଅଟୋ ଲୋନ୍ ମହଙ୍ଗା ହେବା ସହ ଏହାସ EMI ମଧ୍ୟ ବୃଦ୍ଧି ପାଇବ । ତେବେ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଗ୍ରାହକମାନେ ଅଧିକ ପ୍ରଭାବିତ ହେବେ ।
ସୂଚନା ଅନୁସାରେ, ଯେକୌଣସି ବ୍ୟାଙ୍କ କେବଳ ଏମ୍ସିଏଲ୍ଆର୍ ହାର ଆଧାରରେ ହିଁ ଋଣ ଦେଇଥାଏ । SBI ଅନୁଯାୟୀ, ଗୋଟିଏ ଦିନରୁ ତିନିମାସ ମଧ୍ୟରେ LCLR ହାର ୬.୬୫ ପ୍ରତିଶତରୁ ୬.୭୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ଛଅ ମାସ ପାଇଁ ଏହାକୁ ୬.୯୭ ପ୍ରତିଶତରୁ ୭.୦୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଗୋଟିଏ ବର୍ଷ ପାଇଁ ଏମ୍ସିଏଲ୍ଆର୍ ୭.୧୦ ପ୍ରତିଶତ ରହିବ । ଏହାସହ ଦୁଇରୁ ତିନି ବର୍ଷ ପାଇଁ ଏମ୍ସିଏଲ୍ଆର୍ ଯଥାକ୍ରମେ ୭.୩୦ ଏବଂ ୭.୪୦ ପ୍ରତିଶତକୁ ହ୍ରାସ କରାଯାଇଛି ।
ମହଙ୍ଗା ହେବ ଋଣ
ଏମ୍ସିଏଲ୍ଆର୍ରେ ବୃଦ୍ଧି ପାଇଥିବାରୁ ହୋମ୍ ଲୋନ୍, ପ୍ରସନାଲ୍ ଲୋନ୍, ଅଟୋ ଲୋନ୍, ଆଦି ମହଙ୍ଗା ହେବ । କେବଳ ଏତିକି ନୁହେଁ ଏହା ଗ୍ରାହକଙ୍କ କିସ୍ତି ଅର୍ଥାତ୍ EMI ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପକାଇବ ।
ସେହିପରି ଗତ ସପ୍ତାହରେ ବ୍ୟାଙ୍କ ଅଫ୍ ବରୋଦା(BOB) ମଧ୍ୟ ଏମ୍ସିଏଲ୍ଆର୍କୁ ୦.୦୫ ପ୍ରତିଶତ ବୃଦ୍ଧି କରିଥିଲା, ଯାହା ଏପ୍ରିଲ ୧୨, ୨୦୨୨ ରୁ କାର୍ଯ୍ୟକାରୀ ହୋଇଛି ।
କ’ଣ ଏହି MCLR ?
ଗତ ୨୦୧୬ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଏମ୍ସିଏଲ୍ଆର୍ ବ୍ୟବସ୍ଥା ଆରମ୍ଭ କରିଥିଲା । ଏମ୍ସିଏଲ୍ଆର୍ ମାଧ୍ୟମରେ ବ୍ୟାଙ୍କମାନେ ସର୍ବନିମ୍ନ ସୁଧଦର ଋଣ ଦେଇଥାନ୍ତି । MCLR ପ୍ରକ୍ରିୟାରେ ବାଣିଜ୍ୟକ ବ୍ୟାଙ୍କ ଦ୍ୱାରା ଋଣ ଉପରେ ସର୍ବନିମ୍ନ ସୁଧହାର ସ୍ଥିର କରାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)