• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଏଥି ପାଇଁ ଅଧିକାଂଶ ଲୋକ ଇ-ଯାନ କିଣିବା ପାଇଁ ମୁହାଁଇଲେଣି । ଆଉ ଗ୍ରାହାକଙ୍କ ଚାହିଦାକୁ ଦେଖି ନୂଆ ଡିଜାଇନ୍ ଓ ନୂଆ ଲୁକ୍ ସହ ଦମଦାର ଇ-ବାଇକ ଓ କାର୍ ଲଞ୍ଚ କରୁଛନ୍ତି କମ୍ପାନୀ। ଏହା ମଧ୍ୟରେ ମୁମ୍ବାଇର ଏକ ଷ୍ଟାଟଅପ୍ କମ୍ପାନୀ ଦୁନିଆର ସବୁଠାରୁ ଶସ୍ତା ଇ-କାର୍ ତିଆରି କରି ଚର୍ଚ୍ଚାକୁ ଆସିଛି।

ଏହି ଦମଦାର ଇଲେକ୍ଟ୍ରିକ୍ କାର ତିଆରି କରିଥିବା କମ୍ପାନୀ ହେଲା ଷ୍ଟର୍ମ ମୋଟର। ଏହାର ମୁଖ୍ୟାଳୟ ମୁମ୍ବାଇରେ ରହିଛି। ଆପଣ କେବଳ ୧୦ ହଜାର ଟଙ୍କାରେ କାରର ପ୍ରି ବୁକିଂ କରିପାରିବେ। ଏହା ତିନୋଟି ଭାରିଆଣ୍ଟରେ ଉପଲବ୍ଧ ରହିଛି।

ତେବେ ଏହି କାର ସାରା ଦେଶରେ ବିକ୍ରି ପାଇଁ ଉପଲବ୍ଧ ହେଉ ନାହିଁ। ଏହାକୁ ଆପଣ ମୁମ୍ବାଇ ଓ ଦିଲ୍ଲୀ ଏନସିଆରରୁ କିଣି ପାରିବେ। କମ୍ପାନୀର ଓ୍ୱେବସାଇଟ୍ ଅନୁସାରେ, ମୁମ୍ବାଇ, ଥାନେ, ନଭି ମୁମ୍ବାଇ, ନୁଆଦିଲ୍ଲୀ, ଗୁରଗାଓଁରେ ଏହି କାର୍ ବିକ୍ରି ପାଇଁ ଉପଲବ୍ଧ ହେବ।

ଗ୍ରାହକଙ୍କୁ ସବୁଠାରୁ ଅଧିକ କାର୍‌ର ଲୁକ୍ ପ୍ରଭାବିତ କରୁଛି। ଏହି କାରରେ ତିନୋଟି ଚକ ରହିଛି। କିନ୍ତୁ ଏହି ତିନି ଚକିଆ ଅଟୋ ଭଳି ନୁହେଁ। ଏହାର ଆଗରେ ଦୁଇଟି ଓ ପଛରେ ଗୋଟିଏ ଚକା ରହିଛି। ପ୍ରଥମ ନଜରରେ ଆପଣ ଏହି କାରକୁ ଦେଖି ଚକିତ ହୋଇଯିବେ। ଏଥିରେ ଦୁଇଟି ସିଟ୍ ଓ ଦୁଇଟି ଡୋର୍ ରହିଛି। ଏହାସହ ସନ୍ ରୁଫ୍ ମଧ୍ୟ ରହିଛି। ଯଦି ଆପଣ ଦୈନିକ ୫୦ କିମି ଯାତ୍ରା କରନ୍ତି ତେବେ ଏହା ଆପଣଙ୍କ ପାଇଁ ସବୁଠାରୁ ବେଷ୍ଟ୍ ଅପସନ୍ ହେବ।

ଇଲେକ୍ଟ୍ରିକ ବାଇକର ଚାହିଦା ଭାରତୀୟ ବଜାରରେ ବଢ଼ିବାରେ ଲାଗିଛି। ପେଟ୍ରୋଲ-ଡିଜେଲରୁ ମୁକ୍ତି ପାଇବା ପାଇଁ ଲୋକମାନେ ଇଲେକ୍ଟ୍ରିକ ବାଇକ ଓ ସ୍କୁଟି କିଣିବାକୁ ପସନ୍ଦ କରୁଛନ୍ତି। ଏମିତିକି ପେଟ୍ରୋଲ ଓ ଡିଜେଲରୁ ମୁକ୍ତି ପାଇବା ପାଇଁ ଭାରତୀୟ ବଜାରରେ ପ୍ରବେଶ କରି ସାରିଛି ଇଲେକ୍ଟ୍ରିକ୍‌ କାର୍‌। କିନ୍ତୁ ସେହି କାରର ବଜାର ମୂଲ୍ୟ ଏତେ ଅଧିକ ଯାହାକୁ କିଣିବା ପାଇଁ ଲୋକମାନେ ଡରୁଛନ୍ତି।