• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଚଳିତ ଥର ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୮୯୧ କୋଟି ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର। ସେହିପରି ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ହରିଦାସପୁର-ପାରାଦୀପ ଲାଇନ ପାଇଁ ୮୫ କୋଟି ଦେଇଛନ୍ତି କେନ୍ଦ୍ର ସରକାର। ତାଳଚେର-ବିମଳାଗଡ଼ ରେଳ ଲାଇନ ପାଇଁ ୨୫୦ କୋଟି ହୋଇଛି।

ସେହିପରି ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା, ଜୟପୁର-ନବରଙ୍ଗପୁର ଲାଇନ ପାଇଁ ୮୧ କୋଟି ଅନୁଦାନ ଚଳିତ ବଜେଟ୍‌ରେ ଦିଆଯାଇଛି। ସେହିପରି ନୌପଡ଼ା-ଗୁଣପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା ଅନୁଦାନ ମିଳିଛି।

ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଂଜୁରୀ ମିଳିଥିବାବେଳେ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୧୬୪ କୋଟି, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୩ଶହ କୋଟି, ସମ୍ବଲପୁର-ତାଳଚେର ଲାଇନ ପାଇଁ ୧୭୨ କୋଟି ୫୦ ଲକ୍ଷ ଏବଂ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି ଟଙ୍କାର ଅନୁଦାନ ମଂଜୁର କରିଛନ୍ତି।