Advertisment

କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

CM Naveen Patnaik

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ନାଖୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି, କୃଷକ କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ବ୍ୟୟବରାଦ କମିଥିବାରୁ ଏହା ସାମଗ୍ରିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମଧ୍ୟମ ଓ ଗରିବ ବର୍ଗର ଲୋକେ ଦରବୃଦ୍ଧି ଓ ମୁଦ୍ରାସ୍ପୀତିକୁ ନେଇ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବଜେଟରେ ଏ ଦିଗକୁ ଅଣଦେଖା କରାଯାଇଛି।

Advertisment

ଓଡ଼ିଶାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ର ଭଳି ନାର୍ଯ୍ୟ ଦାବିକୁ ଅବେହଳା କରାଯାଇଥିବା ନବୀନ ପ୍ରତିକ୍ରୟା ରଖିଛନ୍ତି। ସେପଟେ ବୈଷୟିକ ଭିତ୍ତିଭୂମି ଉପରେ ଏହି ବଜେଟ୍ ସକାରାତ୍ମକ ପ୍ରଭାବ ପକାଇବ ଏବଂ କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ବୈଷୟିକ ବିକାଶର ନକ୍ସା ଦେଶକୁ ଆଗକୁ ନେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍‌ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି। ଘୋଷଣା କଣ ହୋଇଛି ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। 

Advertisment
Income Tax Budget 2022
Advertisment
Advertisment