କିଶୋରଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କ ଆକାଉଣ୍ଟ ଖାଲି କରି ଦେଇଛି ସନ୍ତୋଷ । କିଶୋରଙ୍କ ଅଭିଯୋଗ ପରେ ତଦନ୍ତ କରି ସନ୍ତୋଷକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ। ତାଠାରୁ ୬ ଲକ୍ଷ ଟଙ୍କା, ଚେକ୍, ବ୍ୟାଙ୍କ୍ ପାସବୁକ ଜବତ କରାଯାଇଛି ।
ଦୁଇବର୍ଷ ହେଲା ସେ ମଡେଲିଙ୍ଗକୁ ନିଜର କ୍ୟାରିଅର କରିଛନ୍ତି । ଏହି ପୂର୍ବରୁ ମିଷ୍ଟର କୋରାପୁଟ ଭାବେ ସେ ଆଗରୁ ଟ୍ରଫି ଜିତିଥିଲେ ।
ବାଇକରେ ୨ ଯୁବକ ସବ୍ -ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ସେଠାରେ ଜଣେ ବାଇକ୍ ବୁଲାଇ ଛିଡା ହୋଇଥିବା ବେଳେ ଅନ୍ୟଜଣେ ପାର୍କିଂ ହୋଇଥିବା BMW କାରର କାଚ ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୋକଙ୍କ ସମ୍ମୁଖରୁ ୧୩.୭୫ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ ।
ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।
କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ ।
ଯୁଆଡ଼େ ଚାହିଁବେ ଆଖି ଝଲସା ତୋରଣ... ଯେଉଁ ଅଞ୍ଚଳକୁ ବି ଯିବେ, ସେଇଠି ପାଇବେ ଅଳଙ୍କାର ବିଭୁଷିତା ମା’ଙ୍କ ମେଢ଼... କାରଣ ୟେ ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗା ପୂଜାର ଆସର... ।
ପରଦାର ଫିଲ୍ମ ପେଣ୍ଡାଲରେ... ପାନ୍ ଇଣ୍ଡିଆ ଫିଲ୍ମ କାନ୍ତାରା କୋଲକାତାରେ । ପୂରା କପି ପେଷ୍ଟ...ଏକଦମ୍ ଜୀବନ୍ତ...। ମା’ ଦୁର୍ଗାଙ୍କଠୁ ନେଇ ମହିଷାସୁର, ପାର୍ଶ୍ୱ ଦେବାଦେବୀ... ସବୁଥିରେ କାନ୍ତାରା... ମେକଅପ୍, କଷ୍ଟ୍ୟୁମ୍, ଡିଜାଇନ୍...ଆମ୍ବିଆନ୍ସ ସବୁ କାନ୍ତାରା ।
ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏହି ମହାବଳ ବାଘ ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ମହେନ୍ଦ୍ରଗିରିକୁ ଆସିଛି । ଦୁଇ ଚାରି ମାସ ପୂର୍ବରୁ ବି ବାଘଟି ଗଜପତି ଜିଲ୍ଲା ଜଙ୍ଗଲକୁ ଆସିଥିଲା।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ରାସ୍ତାକଡ଼ର ଦୋକାନରେ ଓମଲେଟ୍ ତିଆରି ଚାଲିଛି । ତିଆରି କରୁଥିବା ଦୋକାନୀ ପୂର୍ବରୁ ଏକ ପାତ୍ରରେ କିଛି ଅଣ୍ଡା ଭାଙ୍ଗି ରଖିଛନ୍ତି ।
ପିନାକି ଲେଖିଛନ୍ତି ଯେ, ୨୫ ବର୍ଷରୁ ଅଧିକ ସମୟ ସାଂସଦ ଭାବେ ଥିବାବେଳେ ଦାଗ ଲାଗିନାହିଁ । ଶସ୍ତା ପ୍ରଚାରର ଆଳରେ ଟିଭିରେ ମୁହଁ ଦେଖାଇବା ବଦଳରେ ରଜନୈତିକ ସ୍ତରରେ ଲଢେଇ କରିବାକୁ ଆହ୍ବାନ ଦେଇଛନ୍ତି ପିନାକି ।
ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ।
ମାଆଙ୍କ ଆବାହନୀ ମନ୍ତ୍ରରେ ମୁଖରିତ ପୂଜା ମଣ୍ଡପ ଚଣ୍ଡିପାଠରେ କମ୍ପୁଛି ପରିବେଶ ମହାସପ୍ତମୀରେ ଆଜି ଧରାପୃଷ୍ଠରେ ଆବିର୍ଭୁତା ହୋଇଛନ୍ତି ମାଆ ଜଗତଜନନୀ ଦୁର୍ଗା ସକାଳୁ ସକାଳୁ ବିଭିନ୍ନ ନଦୀ ଓ ଜଳାଶୟରୁ ଆସିଥିବା ପବିତ୍ର ଜଳରେ ମହାମାୟାଙ୍କ ସ୍ନାନ ପରେ ମାର୍ଜଣା, ନବପତ୍ରିକା, ଚକ୍ଷୁଦାନ ଓ ଶେଷରେ ହୋଇଥିଲା...
ବାଉଁଶରେ ଘର, ମାଟିର ସୁରେଇ, ଘର ଚଟିଆଙ୍କ ବସା ସାଙ୍ଗକୁ ମହୁଫେଣା । ବୃକ୍ଷ, ଜଳ, ଅଗ୍ନି, ଆକାଶ ଓ ଧରିତ୍ରୀର ସୁରକ୍ଷା ନେଇ ପୂଜା ପେଣ୍ଡାଲରେ ଦିଆଯାଇଛି ମନୁଷ୍ୟ ଅସ୍ଥିତ୍ୱର ସନ୍ଦେଶ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଏଲ୍ଏସ ବିଦ୍ୟାଳୟର ଉପସଭାପତି ସତୀଶ ଚନ୍ଦ୍ର ପ୍ରତିହାରୀ, ପାହାଡ ପୁର ସରପଞ୍ଚ ରୁକ୍ମଣୀ ମୁର୍ମୁ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହ ପାହାଡପୁରର ଗ୍ରାମବାସୀ ଉପସ୍ଥିତ ଥିଲେ ।
ବାରମ୍ବାର ଛୋଟ ପୁଅଟିକୁ ତଳେ ଫିଙ୍ଗିବାରୁ ତା’ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହି ସମୟରେ ମଧ୍ୟ ବ୍ୟକ୍ତି ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ମୃତ ଶିଶୁର ମା’ ।
ଗୁଜରାଟରେ ଗରବାର ଭିନ୍ନ ଭିନ୍ନ ଶୈଳୀ ଓ ଅନ୍ଦାଜର ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଏଥି ମଧ୍ୟରୁ ‘ମଟ୍କା ଗରବା’ର ଶୈଳୀ ଟିକେ ଭିନ୍ନ ପ୍ରକାରର ହୋଇଥାଏ।
ହଠାତ ଯୁକ୍ତିତର୍କ କରି ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏ ସଂପର୍କରେ ଏକ ମାମଲା ରୁଜୁ କରି ତୁଷୁରା ପୋଲିସ ଅଶୋକ ଦୋରାଙ୍କ ୫ ଜଣ ସମର୍ଥକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା
ସମସ୍ତ ଆକ୍ରାନ୍ତଙ୍କୁ ହୀରାକୁଦ ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା କଥା, ଲୋକେ ନିକଟରେ ଥିବା କେନାଲର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି ବ୍ୟାପିଥାଇପାରେ ।
ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି ।
ଏହି ସରକାରୀ ଯୋଜନା ଆପଣଙ୍କ ଓଠରେ ହସ ଫୁଟାଇବ । ଅଟଳ ପେନ୍ସନ୍ ଯୋଜନାରେ ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ମାସିକ ୫୦୦୦ ଟଙ୍କା ପେନ୍ସନ୍ ପାଇପାରିବେ ।