• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମ୍ବଲପୁର ଜିଲ୍ଲା ହୀରାକୁଦ ଉପକଣ୍ଠ ମହମ୍ମଦପୁର ଗାଁରେ ଭୟଙ୍କର ମାତ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି । ଏ ପର୍ଯ୍ୟନ୍ତ ମୋଟ ୪୭ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ୩ ଦିନ ପୂର୍ବେ ସେହି ଗାଁର କିଛି ଲୋକଙ୍କୁ ଝାଡ଼ା ସହ ବାନ୍ତି ବି ହୋଇଥିଲା । ତେବେ ସମସ୍ତଙ୍କର ସମାନ ଲକ୍ଷଣ ଥିବାରୁ ଖାଦ୍ୟ କିମ୍ବା ଦୂଷିତ ପାଣିରୁ ଝାଡ଼ାବାନ୍ତି ବ୍ୟାପୁଥିବା ଆଶଙ୍କା କରାଯାଉଛି ।

ସମସ୍ତ ଆକ୍ରାନ୍ତଙ୍କୁ ହୀରାକୁଦ ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା କଥା, ଲୋକେ ନିକଟରେ ଥିବା କେନାଲର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି ବ୍ୟାପିଥାଇପାରେ । ପରୀକ୍ଷା ପାଇଁ ଜଳ ନମୁନା ସଂଗ୍ରହ କରାଯାଇଛି । ଗତ ୧୯ ତାରିଖରୁ ଆଜି ଯାଏଁ ମୋଟ ୨୩ରୁ ଅଧିକ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି ।

ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ CDMO କହିଛନ୍ତି, ବିଭିନ୍ନ ରୋଗ ଓ ନିମୋନିଆରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେପଟେ ଗାଁରେ ଔଷଧ ବଣ୍ଟନ, ଲୋକଙ୍କୁ ସଚେତନ କରାଯାଉଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ଅଧିକାରୀ ।

  • Reported by:
  • MANIK Lal PANI