/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698059438.jpg)
street dog attack
ବୁଲା କୁକୁରଙ୍କ ଆକ୍ରମଣରେ ଚାଲିଗଲା ଜୀବନ । କୁକୁର ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ୱାଗ ବକରୀ ଚା’ କମ୍ପାନୀର ଏକ୍ସିକ୍ୟୁଟିଭ୍ ଡାଇରେକଟର ପରାଗ ଦେଶାଇଙ୍କ ମୃତ୍ୟୁ ହୋଇଛି । ଗତ ୧୫ ତାରିଖ ଦିନ ପରାଗଙ୍କୁ ବୁଲା କୁକୁରମାନେ ଆକ୍ରମଣ କରିଥିଲେ । କୁକୁର ମାନଙ୍କ ଆକ୍ରମଣରେ ପରାଗ ଦେଶାଇ ଗୁରୁତର ହୋଇଥିଲେ ।
ପରେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଗତ ୧୫ ତାରିଖରେ ନିଜ ଅହମଦାବାଦ୍ ସ୍ଥିତ ବାସଭବନକୁ ଯିବାବେଳେ କିଛି ବୁଲା କୁକୁର ହାବୁଡରେ ପଡ଼ିଥିଲେ ପରାଗ ଦେଶାଇ ।
ବୁଲା କୁକୁରମାନେ ତାଙ୍କୁ ଆକ୍ରମଣ କେରିବା ସହ ଲହୁଲୁହାଣ କେରିଥିଲେ । ଫଳରେ ସେ ଗୁରୁତର ହୋଇଥିଲେ । ପରେ ତାଙ୍କୁ ସଲବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ସପ୍ତାହ ଧରି ଚିକିତ୍ସା ଚାଲିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ବ୍ରେନ ହାମରେଜ୍ ହେବାରୁ ତାଙ୍କର ପରଲୋକ ହୋଇଛି । ପରାଗ ଦେଶାଇ ଦେଶର ଚା ପତି ଉଦ୍ୟୋଗର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ରାସେସ ଦେଶାଇଙ୍କ ପୁଅ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)