/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698061423.jpg)
2 men loot Rs 13.75 lakh from parked BMW car in Bengaluru
ଦିନ ଦ୍ୱିପ୍ରହରରେ କାର କାଚ ତାଡି ଲୁଟ୍ । ଚୋରି ହୋଇଗଲା ୧୩ ଲକ୍ଷ ୭୫ ହଜାର ଟଙ୍କା । ଘଟଣା ଘଟିଛି ବେଙ୍ଗାଲୁରୁରେ । ସୋମପୁରା ସରଜପୁର ସବ୍ -ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ପାର୍କିଂରେ ଥିବା ଏକ BMW କାରରୁ ଏହି ଚୋରି ହୋଇଛି । ଏହାର ଏକ ଭିଡିଓ ସିସିଟିଭିରେ କଏଦ୍ ହୋଇଛି ।
ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାଇକରେ ୨ ଯୁବକ ସବ୍ -ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ସେଠାରେ ଜଣେ ବାଇକ୍ ବୁଲାଇ ଛିଡା ହୋଇଥିବା ବେଳେ ଅନ୍ୟଜଣେ ପାର୍କିଂ ହୋଇଥିବା BMW କାରର କାଚ ଭାଙ୍ଗି ଦନ ଦ୍ୱିପ୍ରହରରେ ଲୋକଙ୍କ ସମ୍ମୁଖରୁ ୧୩.୭୫ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଏହି କାରଟି ଅନେକାଲର କାସାବ ନିବାସୀ ମୋହନ ବାବୁଙ୍କର ଥିଲା । ସେ ତାଙ୍କ ସମ୍ପର୍କୀୟଙ୍କ ସହ ଆସି ଦିନ ୧ଟା ୩୦ ସମୟରେ ସବ-ରେଜିଷ୍ଟ୍ରାର ଅଫିସ ନିକଟରେ କାର ପାର୍କିଂ କରିଥିଲେ । ୨ଟା ୩୦ରେ ଫେରିବା ପରେ କାରର ଗ୍ଲାସ ଭାଙ୍ଗିଥିବା ଏବଂ ନଗଦ ଟଙ୍କା ଚୋରି ହୋଇଥିବା ଦେଖିଲେ । ଏହି ଘଟଣା ଗତ ୨୦ ତାରିଖର ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)