• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଗତ ଜନନୀଙ୍କ ଆରାଧନରା ପର୍ବ ନବରାତ୍ର ଏବେ ସାରାଦେଶରେ ବେଶ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ଭକ୍ତି ରସରେ ଭିଜି ଗର୍ବା ଓ ଦାଣ୍ଡିଆ ନୃତ୍ୟରେ ମଜିଥା’ନ୍ତି ଶ୍ରଦ୍ଧାଳୁ। ଆଉ ଗୁଜରାଟରେ ସବୁଠୁ ଆକର୍ଷିଣୀୟ ସାଜିଥାଏ ଏହି ଗରବା ନାଚ ।

ତେବେ ଗୁଜରାଟରେ ଗରବାର ଭିନ୍ନ ଭିନ୍ନ ଶୈଳୀ ଓ ଅନ୍ଦାଜର ନୃତ୍ୟ ସମସ୍ତଙ୍କୁ ଆନନ୍ଦିତ କରିଥାଏ । ଏଥି ମଧ୍ୟରୁ ‘ମଟ୍‌କା ଗରବା’ର ଶୈଳୀ ଟିକେ ଭିନ୍ନ ପ୍ରକାରର ହୋଇଥାଏ। ସୁରତରେ ଏକ ଡ୍ୟାନ୍ସ ଗ୍ରୁପ ଏହି ମଟକା ଗରବା ପରିବେଷଣ କରିବା ଦେଖାଦେଇଥିଲା ।

ଗୁଜରାଟରେ ଗରବାର ବିଭିନ୍ନ ରୂପ ମଧ୍ୟରୁ ଗରବାର ଏହି ଶୈଳୀ ବେଶ ଆକର୍ଷଣୀୟ । ପାରମ୍ପରିକ ଭାବେ ଏହା କେଉଁ କାଳରୁ ପାଳନ କରାଯାଇଥାଏ । ଏଥିରେ ନୃତ୍ୟଙ୍ଗନା ମାନେ ହାତରେ ମାଠିଆ ଧରି ନୃତ୍ୟ କରିଥା’ନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now