• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂର୍ବତନ ବାୟୁସେନା ଅଧିକାରୀଙ୍କ ଆକାଉଣ୍ଟ ଖାଲି କରି ଦେଲା ସାଇବର ଲୁଟେରା । ପୂରା ୩୫ ଲକ୍ଷ ଟଙ୍କା ଲୁଟ୍ । ଅନଲାଇନ ଗେମିଂ ଆପ୍ ରେ ଟଙ୍କା ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ କହି ୩୫ ଲକ୍ଷ ଟଙ୍କା ନେଇ ଯାଇଛି ଦୁର୍ବୃତ୍ତ । ଏହି ଠକେଇର ଶିକାର ହୋଇଛନ୍ତି ଗ୍ରୁପ୍ କ୍ୟାପଟେନ କିଶୋର ଚନ୍ଦ୍ର ଗନ୍ତାୟତ ।

ତାଙ୍କ ସହିତ ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ସନ୍ତୋଷ ସାହୁ । କିଶୋରଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କ ଆକାଉଣ୍ଟ ଖାଲି କରି ଦେଇଛି ସନ୍ତୋଷ । କିଶୋରଙ୍କ ଅଭିଯୋଗ ପରେ ତଦନ୍ତ କରି ସନ୍ତୋଷକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ। ତାଠାରୁ ୬ ଲକ୍ଷ ଟଙ୍କା, ଚେକ୍, ବ୍ୟାଙ୍କ୍ ପାସବୁକ ଜବତ କରାଯାଇଛି । ସନ୍ତୋଷ ଡାଟା ସାଇନ୍ସରେ ଡିପ୍ଲୋମା କରିଛି ।

ସୂଚନା ଅନୁସାରେ ୧୯ ଅକ୍ଟୋବରରେ କିଶୋର ଗନ୍ତାୟତ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଏହାର ତଦନ୍ତ କରିବା ସହିତ ଅଭିଯୁକ୍ତ ସନ୍ତୋଷ ସାହୁଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ତଦନ୍ତରୁ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ଆକାଉଣ୍ଟକୁ ୩୫ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଛି । ଗତ ଜୁଲାଇ ୨୦୨୩ରେ ୨୫ ବର୍ଷୀୟ ସନ୍ତୋଷଙ୍କ ସହ ଏକ ମେଡିକାଲରେ ପରିଚିତ ହୋଇଥିଲା । ଅନଲାଇନ ଗେମିଙ୍ଗରେ ଟଙ୍କା ହରାଇଥିବା ଅଭିଯୋଗକାରି କହିଥିଲେ ।

କିଶୋରଙ୍କୁ ସାହାଯ୍ୟ କରିବେ ଓ ଟଙ୍କା ଫେରାଇବେ କହି ଚତୁରତାର ସହ ତାଙ୍କ ମୋବାଇଲ ଆକସେକ ସହ ବ୍ୟାଙ୍କ ଡିଟେଲସ ନେଇ ଯାଇଥିଲେ ସନ୍ତୋଷ । ପରେ ବ୍ୟାଙ୍ଗଲୋର ଓ ଆସାମରେ ଥିବା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ତା’କୁ ନିଜ ଆକାଉଣ୍ଟକୁ ଟଙ୍କା ଆଣୁଥିଲେ । ଅଭିଯୁକ୍ତ ଠାରୁ ୬ଲକ୍ଷ ଟଙ୍କା, ୨ଟି ଚେକ୍‌ ବୁକ, ଗୋଟିଏ ପାସବୁକ, ୩ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ଡାଟା ସାଇନ୍ସ ପଢିଥିବା ଜଣା ପଡିବା ସହ କେଉଁଠି ଟଙ୍କା ଖର୍ଚ୍ଚ କରିଛି ତାହା ଯାଞ୍ଚ କରୁଛି ପୋଲିସ ।

  • Reported by:
  • CHANDAN PAIKRAY