Advertisment

ପ୍ରେସ୍‌ ରିଲିଜ୍‌ କରି ପିନାକି ଦେଲେ ଚେତାବନୀ, ବିଜେପି ବି କଲା ଚ୍ୟାଲେଞ୍ଜ

ପିନାକି ଲେଖିଛନ୍ତି ଯେ, ୨୫ ବର୍ଷରୁ ଅଧିକ ସମୟ ସାଂସଦ ଭାବେ ଥିବାବେଳେ ଦାଗ ଲାଗିନାହିଁ । ଶସ୍ତା ପ୍ରଚାରର ଆଳରେ ଟିଭିରେ ମୁହଁ ଦେଖାଇବା ବଦଳରେ ରଜନୈତିକ ସ୍ତରରେ ଲଢେଇ କରିବାକୁ ଆହ୍ବାନ ଦେଇଛନ୍ତି ପିନାକି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Pinaki Mishra

Pinaki Mishra

କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ନାଁ ଆସିବାପରେ ଏନେଇ ପ୍ରେସ ରିଲିଜ ଜରିଆରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ପୁରୀ ବିଜେଡି ସାଂସଦ ପିନାକି ମିଶ୍ର । ସେ ଲେଖିଛନ୍ତି ଯେ ସର୍ବସାଧାରଣରେ ଉପଲବ୍ଧ ଥିବା ଏକ କୁତ୍ସିତ ଏବଂ ପ୍ରମାଣିତ ହୋଇନଥିବା କିଛି ଅଭିଯୋଗ ଆଧାରରେ ଓଡ଼ିଶା ବିଜେପି ତାଙ୍କୁ ସମାଲୋଚନା କରିବାକୁ ଚିନ୍ତା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

Advertisment

ସେ ଲେଖିଛନ୍ତି ଯେ, ୨୫ ବର୍ଷରୁ ଅଧିକ ସମୟ ସାଂସଦ ଭାବେ ଥିବାବେଳେ ଦାଗ ଲାଗିନାହିଁ । ଶସ୍ତା ପ୍ରଚାରର ଆଳରେ ଟିଭିରେ ମୁହଁ ଦେଖାଇବା ବଦଳରେ ରଜନୈତିକ ସ୍ତରରେ ଲଢେଇ କରିବାକୁ ଆହ୍ବାନ ଦେଇଛନ୍ତି ପିନାକି ।ଏନେଇ ସିଧାସଳଖ କୋର୍ଟ ଜରିଆରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଗମ୍ଭୀରତାର ସହ ଚେଷ୍ଟା କରୁଥିବା ପିନାକି ଲେଖିଛନ୍ତି ।କ୍ୟାସ ଫର କ୍ୱେରି ମାମଲାରେ ଛନ୍ଦି ହୋଇଥିବା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସହ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କର କି ସଂପର୍କ ରହିଛି ବୋଲି ପ୍ରଶ୍ନ କରି ଟାଗେଟ କରିଥିଲା ବିଜେପି ।

ସେପଟେ ପୁରୀ ସାଂସଦଙ୍କ ସ୍ପଷ୍ଟୀକରଣ ଉପରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ଯେ, ସିବିଆଇ କୋର୍ଟରେ ଦାଖଲ ସତ୍ୟପାଠରେ ତାଙ୍କ ନାଁ ଅଛି କି ନାହିଁ ପ୍ରଥମେ ସ୍ପଷ୍ଟ କରନ୍ତୁ ।ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ଆମେ ଯାହା ବି କହିଥିଲେ ସତ୍ୟପାଠ ଆଧାରରେ କହିଥିଲୁ । ଆଇନ ଧମକ ଦେଇ ସେ ବେଆଇନ କାମକୁ ଲୁଚାଇ ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ସେହିଭଳି କିଛି କଥା ଏବେ ଦିଲ୍ଲୀରେ ହାଟରେ ପଡି ଦାଣ୍ଡରେ ଗଡିଲାଣି ବୋଲି ସେ ଲେଖିଛନ୍ତି ।ସେହିଭଳି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ସତ କ’ଣ ପିନାକି ତା’ର ପ୍ରମାଣ ଦିଅନ୍ତୁ ।

Pinaki Mishra
Advertisment
Advertisment