/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697699878.jpg)
Atal pension yojana
ସାଧାରଣ ଜନତାଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି । ହିତାଧିକାରୀମାନେ କିପରି ସରକାରୀ ଯୋଜନାର ଲାଭ ଉଠାଇପାରିବେ ସେନେଇ ପଦକ୍ଷେପ ମଧ୍ୟ ନିଆଯାଉଛି । ହେଲେ ବର୍ତ୍ତମାନ ଆମେ ଏପରି ଏକ ସରକାରୀ ଯୋଜନା ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ଫାଇଦା ଦେବ । ଯଦି ଆପଣ ନିଜର ଭବିଷ୍ୟତ ପାଇଁ କିଛି ସଞ୍ଚୟ କରିବାକୁ ଚାହୁଁଥିବେ, କେନ୍ଦ୍ର ସରକାରଙ୍କ ଏହି ଯୋଜନା ଆପଣଙ୍କୁ ବେଶ୍ ପସନ୍ଦ ଆସିବ । କାରଣ ଆପଣ ମାତ୍ର ଗୋଟିଏ କପ୍ ଚା’ର ମୂଲ୍ୟ ଅର୍ଥାତ୍ ୭ ଟଙ୍କା ସଞ୍ଚୟ କରି ଅନେକ ଲାଭ ପାଇପାରିବେ ।
କେନ୍ଦ୍ର ସରକାରଙ୍କ ସ୍କିମ୍ ହେଉଛି ଅଟଳ ପେନ୍ସନ୍ ଯୋଜନା । ଏହି ସରକାରୀ ଯୋଜନା ଆପଣଙ୍କ ଓଠରେ ହସ ଫୁଟାଇବ । ଅଟଳ ପେନ୍ସନ୍ ଯୋଜନାରେ ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ମାସିକ ୫୦୦୦ ଟଙ୍କା ପେନ୍ସନ୍ ପାଇପାରିବେ । ଯଦି ଆପଣଙ୍କ ବୟସ ୧୮ ବର୍ଷ ହୋଇଥାଏ ତେବେ ଆପଣ ଦୈନିକ ୭ ଟଙ୍କା ସଞ୍ଚୟ କରିପାରିବେ । ଏପରି କରିବା ଦ୍ୱାରା ମାସକୁ ଆପଣଙ୍କୁ ୨୧୦ ଟଙ୍କା ସଞ୍ଚୟ କରିବାକୁ ହେବ । ଯେତେବେଳେ ଆପଣଙ୍କ ବୟସ ୬୦ ବର୍ଷ ହୋଇଯିବ । ସେବେଠୁ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ପେନ୍ସନ୍ ରୂପେ ମିଳିବ ।
କେଉଁ ବୟସରେ କେତେ ଟଙ୍କା ଦେବେ ?
ଯଦି ଆପଣ ୨୫ ବର୍ଷ ବୟସରେ ଅଟଳ ପେନ୍ସନ୍ ଯୋଜନାରେ ବିନିଯୋଗ କରନ୍ତି ତେବେ ଆପଣଙ୍କୁ ମାସିକ ୩୭୬ ଟଙ୍କା ଦେବାକୁ ହେବ । ସେହିପରି ୩୦ ବର୍ଷ ବୟସରେ ଅଟଳ ପେନ୍ସନ୍ ଯୋଜନାରେ ବିନିଯୋଗ କଲେ ମାସିକ ୫୭୭ ଟଙ୍କା ଦେବାକୁ ପଡ଼ିବ । ଆଉ ଆପଣ ଯଦି ୩୫ ବର୍ଷ ବୟସରେ ଏଥିରେ ବିନିଯୋଗ କରନ୍ତି ତା’ହେଲେ ଆପଣଙ୍କୁ ମାସିକ ୯୦୨ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ୬୦ ବର୍ଷ ହେବା ପରେ ମାସିକ ୫୦୦୦ ଟଙ୍କା ହିଁ ମିଳିବ ।
୨୦୧୫-୧୬ରେ କେନ୍ଦ୍ର ସରକାର ନୂଆକରି ଅଟଳ ପେନ୍ସନ୍ ଯୋଜନା ଆଣିଥିଲେ । ଏହି ଯୋଜନା ଶ୍ରମିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ପାଇଁ କରାଯାଇଛି । ଯେଉଁଥିରେ ମାସିକ ସ୍ୱଳ୍ପ ଟଙ୍କା ବିନିଯୋଗ କରି ପେନସନ୍ ପାଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)