Advertisment

ମାତିଲେଣି ଚେନ୍ ଲୁଟେରା; ବମିଖାଲ ପୂଜା ମଣ୍ଡପରୁ ୧୦ ଭରିର ୪ଟି ସୁନା ଚେନ୍ ଲୁଟ୍‌

ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ।

author-image
Tanmay Kumar Mahalik
Bhubaneswar Durga puja

Bhubaneswar Durga puja

ରାଜଧାନୀର ପୂଜାମଣ୍ଡପରେ ମାତିଲେ ଚେନ୍ ଲୁଟେରା ।ମାତ୍ର ୧୫ ମିନିଟ ମଧ୍ୟରେ ବମିଖାଲ ପୂଜା ମଣ୍ଡପରୁ ନେଇଗଲେ ୧୦ ଭରି ଓଜନର ଚାରି ଚାରୋଟି ସୁନା ଚେନ୍ ।ଦିନ ୧୦ଟା ୧୫ରୁ ସାଢ଼େ ୧୦ ମଧ୍ୟରେ ଲୁଟେରା ଝାମ୍ପି ନେଇଛନ୍ତି ସୁନା ଚେନ୍। ଅଷ୍ଟମୀରେ ମା' ଙ୍କ ଦର୍ଶନ ପାଇଁ ବମିଖାଲ ମଣ୍ଡପ ଆସିଥିବା ୪ ମହିଳା ଶ୍ରଦ୍ଧାଳୁ ଏଭଳି ଅବସ୍ଥା ଭୋଗିଛନ୍ତି ।

Advertisment

ଏନେଇ ପୋଲିସକୁ ଖବର ଦେବାପରେ ଆରମ୍ଭ ହୋଇଛି ଛାନଭିନ୍ । ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ମଣ୍ଡପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ତେବେ କମିଶନରେଟ୍ ପୋଲିସ ମୁତୟନ କରିଥିବା ମହିଳା ପୋଲିସ ଉପସ୍ଥିତ ନଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରିଛନ୍ତି ସଂପାଦକ ।

Loot Durga Puja Bhubaneswar Durga Puja
Advertisment
Advertisment