• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପା ପାଲଟିଗଲା କ୍ରୋଧ ରାକ୍ଷସ । ନିଜ ହାତରେ କୁନି ପୁଅକୁ କଲା ହତ୍ୟା । ସାମାନ୍ୟ ମଦ୍ୟପାନ କରିବାକୁ ପତ୍ନୀ ବିରୋଧ କରିବାରୁ ନିଜ ପୁଅକୁ ଜଣେ ବାପା ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଏପରି ଏକ ଘଟଣା ୟୁପିର ଆଲିଗଡ଼ରୁ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ସ୍ୱାମୀ ଜଣକ ମଦ୍ୟପାନ କରିବାକୁ ଯାଉଥିଲେ । ହେଲେ ସେହି ସମୟରେ ତାଙ୍କ ପତ୍ନୀ ମଦ୍ୟପାନ ନକରିବାକୁ ତାଙ୍କ ବାରଣ କରିଥିଲେ । ଆଉ ବାରମ୍ବାର ମନା କରିଥିଲେ । ଫଳରେ ହଠାତ୍‌ ରାଗିଯାଇ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ନିଜ ଛୋଟ ଦୁଇ ବର୍ଷର ପୁଅକୁ ତଳେ ଫିଙ୍ଗି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବାରମ୍ବାର ଛୋଟ ପୁଅଟିକୁ ତଳେ ଫିଙ୍ଗିବାରୁ ତା’ର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହି ସମୟରେ ମଧ୍ୟ ବ୍ୟକ୍ତି ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ମୃତ ଶିଶୁର ମା’ । ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ।

ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । ହେଲେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ପୋଲିସ ଡିଏସପି ରାଜୀବ ଦ୍ୱିବେଦୀ କହିଛନ୍ତି, ଆଡାମପୁରର ବାସିନ୍ଦା ହେଉଛନ୍ତି ପ୍ରେମଚାନ୍ଦ । ସେ ଚାରି ବର୍ଷ ପୂର୍ବେ ଖୁସବୁଙ୍କୁ ବିବାହ କରିଥିଲେ ।

ବିବାହ ପରେ ତାଙ୍କର ଏକ ପୁଅ ହୋଇଥିଲା । ପୂର୍ବରୁ ପ୍ରେମଚାନ୍ଦ ମଦ୍ୟପାନ କରିବାରେ ଅଭ୍ୟସ୍ଥ ଥିଲେ । ମଦ୍ୟପାନ କରି ଘରକୁ ଫେରି ପତ୍ନୀଙ୍କୁ ମାରପିଟ୍‌ କରୁଥିଲେ । ହେଲେ ଶୁକ୍ରବାର ରାତିରେ ଖୁସବୁ ତାଙ୍କ ସ୍ୱାମୀଙ୍କୁ ମଦ୍ୟପାନ କରିବାକୁ ବାରଣ କରିଥିଲେ । ଫଳରେ ସେ ରାଗିଯାଇ ତାଙ୍କୁ ପୁଅକୁ ତଳେ କଚାଡ଼ି କଚାଡ଼ି ତାଙ୍କୁ ହତ୍ୟା କରିଛନ୍ତି ।