/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697976555.jpg)
Gutka Omelette Video Someone Made Omelette With Mixing Pan Masala In Egg Watch Shocking Vide
ଓମଲେଟ୍ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । ବିଶେଷକରି ଆଣ୍ଡାରେ ଭରପୂର ପ୍ରୋଟିନ୍ ରହିଥିବାରୁ ଏହାକୁ ସକାଳର ବ୍ରେକ୍ ଫାଷ୍ଟରେ ମଧ୍ୟ ବ୍ୟବହାର କରାଯାଏ । ବଜାରକୁ ଗଲେ ଏଗ୍ ରୋଲ୍, ଏକ୍ ଚାଓମିନ୍, ବ୍ରେଡ୍ ଓମଲେଟ୍ ଓ ଏଗ୍ ଓମଲେଟ୍ ଖାଇବାକୁ ଆଜିର ଯୁବପିଢ଼ି ବେଶ୍ ପସନ୍ଦ କରୁଛନ୍ତି । ହେଲେ ଆପଣ ଏଗ୍ ଓମଲେଟ୍ ତ ନିଶ୍ଚୟ ଖାଇଥିବେ କିନ୍ତୁ ଗୁଟ୍କା ଓମଲେଟ୍ କେବେ ଖାଇଛନ୍ତି କି ?
ସୋସିଆଲ ମିଡିଆରେ ଗୁଟ୍କା ଓମଲେଟ୍ର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ଅଣ୍ଡା ସହ ଗୁଟ୍କା ବା ପାନ ମସଲାକୁ ମିଶାଯାଇ ଓମଲେଟ୍ କରାଯାଉଛି । ଯାହା ଭିଡିଓ ସମସ୍ତଙ୍କୁ ଚକିତ କରାଉଛି । କାରଣ ପାନ ସମଲା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜାଣିବା ପରେ ମଧ୍ୟ ତା’କୁ ନେଇ ଏପରି ବ୍ୟବହାର କରାଯିବାକୁ ଲୋକମାନେ ନାପସନ୍ଦ କରିଛନ୍ତି ।
upar se thoda double zero chhidak deta toh maza aata pic.twitter.com/MEHGH91GOI
— Arun Lol (@dhaikilokatweet) October 6, 2023
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ରାସ୍ତାକଡ଼ର ଦୋକାନରେ ଓମଲେଟ୍ ତିଆରି ଚାଲିଛି । ତିଆରି କରୁଥିବା ଦୋକାନୀ ପୂର୍ବରୁ ଏକ ପାତ୍ରରେ କିଛି ଅଣ୍ଡା ଭାଙ୍ଗି ରଖିଛନ୍ତି । ପରେ ସେଥିରେ ଦୁଇଟି ଗୁଟ୍କା ପ୍ୟାକେଟ୍ ଛିଡ଼ାଇ ପକାଉଛନ୍ତି । ଏବଂ ତାକୁ ସେଥିରେ ମିଶ୍ରଣ କେରିବା ପରେ ଓମଲେଟ୍ ତିଆରି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଓମଲେଟ୍ ପ୍ରସ୍ତୁତ ହେବା ପରେ ପ୍ଲେଟ୍ରେ ତାକୁ ବାହାର କରାଯାଇ କଟାଯିବା ସହିତ କିଛି ସସ୍ ଓ ମସଲା ମଧ୍ୟ ପକାଯାଉଛି ।
ସମ୍ପୂର୍ଣ୍ଣ ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ‘X’ରେ ସେୟାର କରାଯାଇଛି । ଯାହାକୁ ଦେଖି ୟୁଜର୍ସମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି । ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏନେଇ ପ୍ରଶ୍ନ କରିବା ସହିତ ଏହି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସେହିପରି ଅନେକ ୟୁଜର୍ସ ଏହାକୁ ନେଇ ବିଭିନ୍ନ ମତ ମଧ୍ୟ ରଖିଛନ୍ତି । ହେଲେ ଏହି ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)