• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ ।

ମାଓ ହିଂସାରେ ଜର୍ଜରିତ ସୁକମାର କେରଲାପେନ୍ଦା ଗାଁରେ ଭୟ ଓ ଆତଙ୍କରେ ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ପୂଜାର୍ଚ୍ଚନା ପାଇଁ ଲୋକଙ୍କୁ ହସ୍ତାନ୍ତର କରିବା ସହ ସୁରକ୍ଷା ପ୍ରଦାନ କରିଛନ୍ତି ସିଆରପିଏଫ ଯବାନ । ୨୦୧୦ ମସିହାରେ ଏହି ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ସହିଦ ହୋଇଥିଲେ । ୨୦୧୧ରେ ସେହି ଅଞ୍ଚଳରେ ମାଓ ବିରୋଧୀ ଅପରେସନ ବେଳେ ସହିଦ ହୋଇଥିଲେ ୨୨ ଯବାନ ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ! ୪୯ କୋଟି ଟଙ୍କାରେ ବିକ୍ରି ହେଲା ସୁପରମ୍ୟାନ୍‌ ଓରିଜିନାଲ କମିକ୍‌ ବୁକ୍‌...

ଏଠାରେ ମାଓବାଦୀଙ୍କ ନିର୍ଦ୍ଦେଶ ଯୋଗୁଁ ଲୋକେ ଭୟରେ ମନ୍ଦିର ଯିବା ବନ୍ଦ କରିଦେଇଥିଲେ । ଏମିତି କି ମନ୍ଦିର ପାଖକୁ ଯିବାକୁ ବି ଡରୁଥିଲେ ସ୍ଥାନୀୟ ବାସିନ୍ଦା । ତଥାପି ଜଣେ ଗ୍ରାମବାସୀ ସବୁଦିନ ଲୁଚିଛପି ଯାଇ ମନ୍ଦିର ବାହାରେ ଯାଇ ଦୀପଟିଏ ଜାଳୁଥିଲେ । ଦିନେ ନା ଦିନେ ମନ୍ଦିର ଖୋଲିବ ଏହା ତାଙ୍କର ବିଶ୍ୱାସ ଥିଲା । ଶେଷରେ ସେହି ବିଶ୍ୱାସର ସମୟ ଆସିଲା ।

ଦେବଦୂତ ଭଳି କମ୍ବିଂ ଅପରେସନ ପରେ ମନ୍ଦିରରେ ପହଞ୍ଚି ଦ୍ୱାର ଖୋଲିବା ସହ ପୂଜାର୍ଚ୍ଚନା କରିଛନ୍ତି CRPF ଯବାନ । ଏହାସହ ପ୍ରତିଦିନ ପୂଜା କରିବାକୁ ଲୋକଙ୍କୁ ମନ୍ଦିର ହସ୍ତାନ୍ତର କରିଛନ୍ତି । ଏହି ମନ୍ଦିରରେ ପ୍ରଭୁ ଶ୍ରୀରାମ, ସୀତା ଓ ଲକ୍ଷ୍ମଣ ପୂଜା ପାଉଛନ୍ତି । ସେପଟେ ଅଯୋଧ୍ୟାରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀରାମ ।

ସୁନା, ରୂପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ । ଆଜିଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେଉଥିବା ବେଳେ ଅଯୋଧ୍ୟାରେ ଆଜିଠୁ ରାମ ନବମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ତ୍ର ପରିଧାନ କରିବେ ବାଳକ ରାମ । ଖଦି ବସ୍ତ୍ରରେ ରାମଲାଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୂପା ଓ ଖଦି ପ୍ରିଣ୍ଟ କରାଯାଇଛି।

ଅଧିକ ପଢ଼ନ୍ତୁ: ସିଙ୍ଗଡ଼ାରେ ଗୋମାଂସ ଭର୍ତ୍ତି କରି ବିକୁଥିଲେ; ଗିରଫ ହେଲେ ୬ ଜଣ ବ୍ୟକ୍ତି...

୯ ଦିନ ଧରି ବିଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିବେ ବାଳକ ରାମ । ରାମ ନବମୀ ଲାଗି ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ରାମନବମୀ ପାଳନ ଲାଗି ଅଯୋଧ୍ୟାରେ ଭବ୍ୟ ପ୍ରସ୍ତୁତି କରାଯାଇଛି ।