• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି । ଫଳରେ ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ୨୦ରୁ ଅଧିକ ଆହତ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବସଟି ରାଉରକେଲାରୁ ମୁର୍ସିଦାବାଦ ଅଭିମୁଖେ ଯାଉଥିଲା । ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ସେପଟେ ଦୁର୍ଘଟଣାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ । ଦଣ୍ଡନାଚ ଦେଖି ଫେରୁଥିଲେ, ମାତ୍ର ଆଉ ଘରେ ପହଞ୍ଚି ପାରିଲେ ନାହିଁ । ସ୍କୁଟିରେ ଯାଉଥିବା ବେଳେ ବ୍ରିଜ୍ ତଳକୁ ଖସି ପ୍ରାଣ ହରାଇଲେ ।

ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ରାଇକିଆ ମଣ୍ଡାକିଆ ବୁଡ଼ାମାହା ଅଞ୍ଚଳରେ । ବ୍ରିଜରୁ ସ୍କୁଟି ତଳକୁ ଖସିବା ଫଳରେ ୩ ସାଙ୍ଗଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ । ସମସ୍ତେ ଦଣ୍ଡ ନାଚ ଦେଖି ବିଳମ୍ବିତ ରାତିରେ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି । ରାଇକିଆ ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ ଚଳାଇଛି ।