• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର । ସୋସିଆଲ ମିଡିଆ ଜରିଆରେ ଦେଲେ ସୂଚନା । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଲେଖିଲେ । ବିଜେପିର ଉପସଭାପତି ପଦରେ ଥିଲେ ଲେଖାଶ୍ରୀ । ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ମଧ୍ୟରେ ବଢ଼ି ଚାଲିଛି ଦଳଡିଆଁ ପ୍ରତିଯୋଗିତା ।

ଗତକାଲି ମଧ୍ୟ ବିଜେପି ଛାଡ଼ିଥିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ସେ ମଧ୍ୟ ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ । ବସ୍ତା ବିଧାନସଭା କ୍ଷେତ୍ରରୁ ସେ ୫ଥର ପ୍ରତିନିଧିତ୍ୱ କରିଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ । ଏକଦା ସେ ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ।

ଗିରଫ କରାଯିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା । ପରବର୍ତ୍ତୀ ଅବସ୍ଥାରେ ରଘୁ ବିଜେପିରେ ଯୋଗଦେଇଥିଲେ । ଅନ୍ୟପଟେ ବିଜେପିରେ ସାମିଲ ହୋଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ସାଏ । ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ ।

ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ । ୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ । ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି । ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ । ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ ।