• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜାହାଜ ବୁଡ଼ି ୯୦ ରୁ ଅଧିକ ମୃତ । ମୋଜାମ୍ବିକରେ ଘଟିଛି ଘଟଣା । ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା । ଗତ ରବିବାର ଦିନ ଏହି ଘଟଣାଟି ଘଟିଥିଲା । ଜାହାଜରେ ଅଧିକ ଲୋକ ଥିଲେ । ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ୯୧ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି । କଲେରା ବ୍ୟାପୁଥିବାରୁ ଅନେକ ଦେଶ ଛାଡ଼ି ଚାଲିଯାଉଥିଲେ । ସରକାରୀ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବରରୁ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରେ ପ୍ରାୟ ୧୫,୦୦୦ ଜଣ ଜଳ ଜନିତ ରୋଗରେ ପୀଡିତ ହୋଇଥିବା ବେଳେ, ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।

ଏହି ମାମଲାଗୁଡ଼ିକର ଏକ ତୃତୀୟାଂଶ ନାମ୍ପୁଲା ପ୍ରଦେଶରେ ହିଁ ଦେଖିବାକୁ ମିଳିଛି । ଏହି ଅଞ୍ଚଳ ହିଁ ସବୁଠାରୁ ଅଧିକ ପ୍ରଭାବିତ । ଏଣୁ ବହୁ ସଂଖ୍ୟାରେ ଲୋକ ଏହି ଅଞ୍ଚଳ ଛାଡ଼ି ପଳାୟନ କରୁଛନ୍ତି । ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଞ୍ଚଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ପ୍ରକୃତରେ କାହିଁକି ବିପର୍ଯ୍ୟୟ ହେଲା ସେନେଇ ଏକ ଅନୁସନ୍ଧାନକାରୀ ଦଳ କାର୍ଯ୍ୟ କରୁଛନ୍ତି । ଏହି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

ମୋଜାମ୍ବିକ ଦ୍ୱୀପଟି ପର୍ତ୍ତୁଗୀଜ୍ ପୂର୍ବ ଆଫ୍ରିକାର ରାଜଧାନୀ ଭାବରେ କାର୍ଯ୍ୟ କରୁଥିଲା । ଏହା ପ୍ରଥମେ ଆରବ ବ୍ୟବସାୟୀଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା । ଏହି ଦ୍ୱୀପକୁ ଭାସ୍କୋଡାଗାମା ଆବିଷ୍କାର କରିଥିବା କୁହାଯାଏ । ଦ୍ୱୀପରେ ପ୍ରାୟ ୩୦ କୋଟିରୁ ଅଧିକ ଲୋକ ବସବାସ କରନ୍ତି । ଅଞ୍ଚଳଟି ନିୟମିତ ଭାବରେ ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହୋଇଥାଏ । ଗତ ମାର୍ଚ୍ଚରେ ମଧ୍ୟ ଉକ୍ତ ଅଞ୍ଚଳରେ ଜାହାଜ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିଲା ।