• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୁଁ କୌଣସି ଅନ୍ୟ ଦଳ ପାଇଁ ପ୍ରଚାର କରିନି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । କିଛି କାର୍ଯ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଛନ୍ତି ସୁର । ସେ କଂଗ୍ରେସ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଛନ୍ତି । ହେଲେ ପୁଅ ପାଇଁ ଭୋଟ୍ ଦେବାକୁ ଲୋକଙ୍କୁ କହିଛି ବୋଲି ସୁର କହିଛନ୍ତି ।

ଗୋଟେ ପଟେ ବିଜେଡି ପାଇଁ ପ୍ରଚାର କରିନଥିବା ସୁର କହୁଥିବା ବେଳେ କିନ୍ତୁ ଅନ୍ୟପଟେ ସାନ ପୁଅ ମନ୍ମଥ ଯିଏ ବିଜେଡିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ତାଙ୍କ ପାଇଁ ପ୍ରଚାର କରିଥିବା କହିଛନ୍ତି । ଯିଏ ପଚାରିଲେ ପୁଅକୁ ଭୋଟ୍ ଦେବାକୁ କହିଥିବା ସେ କହିଛନ୍ତି । ଚଟୁ ଆମିଷ କିନ୍ତୁ ବେଣ୍ଟ ନିରାମିଷ ଫର୍ମୁଲାରେ ପ୍ରତିଦିନ ସୁର ଜବାବ ରଖୁଛନ୍ତି ।

ବିଭିନ୍ନ ସମୟରେ ସୁର ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ ଆସିବା ପରେ ଗତକାଲି ସୋ' କଜ୍ ନୋଟିସ୍ ପଠାଇଥିଲା ପିସିସି । କାରଣ ଦର୍ଶାଅ ନୋଟିସରେ ଉଲ୍ଲେଖ ଅଛି ଯେ, ବିଜେଡିରେ ଯୋଗ ଦେଇଥିବା ଏବଂ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ୁଥିବା ପୁଅଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ ।

ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଛି । ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଏହି ନୋଟିସ୍ ଜାରି କରିଛନ୍ତି । ସୂଚନା ଅନୁସାରେ, ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।