/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712545823.jpg)
Water Scarcity
ଗ୍ରୀଷ୍ମ ଆରମ୍ଭରୁ ବାଲେଶ୍ୱର ସହରର ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଅମୃତ ଧାରା ପ୍ରକଳ୍ପ ଶୁଖିଲା ପଡିଛି । ଏବେ ଖରାର ପ୍ରକୋପ ବଢିଥିବା ବେଳେ ପାଣି ଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକ । ସେପଟେ ପୌରାଧ୍ୟକ୍ଷା ଘଟଣାକୁ ସ୍ୱୀକାର କରିବା ସହ ଅସ୍ଥାୟୀ ଜଳଛତ୍ର ଖୋଲି ସମସ୍ୟାର ସମାଧାନ ପାଇଁ କରିଛନ୍ତି ଉଦ୍ୟମ ।
ବାଲେଶ୍ୱରରେ ପାରଦ ବଢୁଛି, ତା ସହ ତାଳ ମିଳାଇ ପାଣି ସମସ୍ୟା ବି ବଢୁଛି । ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ଅଧିକାଂଶ ଅମୃତଧାରା ପାନୀୟ ଜଳ ପ୍ରକଳ୍ପ ଏବେ ଖରାପ ହୋଇପଡିଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ କଲବଲ ହେଉଛନ୍ତି ।
ପୌର ସଂସ୍ଥା ଓ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପାନୀୟ ଜଳର ବ୍ୟବସ୍ଥା କରିଥିଲେ, ମାତ୍ର ମରାମତି କଥା ଭୁଲିଯିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ସେପଟେ ସମସ୍ୟାକୁ ସ୍ୱୀକାର କରିଛନ୍ତି ବାଲେଶ୍ୱର ପୌରାଧ୍ୟକ୍ଷା । କହିଛନ୍ତି ଯେଉଁଠି ବି ପାନୀୟ ଜଳ ପ୍ରକଳ୍ପ ଅଚଳ ନେଇ ଖବର ଆସୁଛି ତୁରନ୍ତ ମରାମତି କରାଯାଉଛି ।
କିଛି ସ୍ଥାନରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା, ପାନୀୟ ଜଳ ପ୍ରକଳ୍ପ କରାଯାଉଛି , ମାତ୍ର ପରବର୍ତ୍ତୀ ସମୟରେ ମରାମତି କରାଯାଉନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି । ଆଗକୁ ଆହୁରି କଲବଲ କରିପାରେ ତାତି । ତାପୂର୍ବରୁ ସହରରେ ଥିବା ସମସ୍ତ ଅଚଳ ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)