• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆକାଶରୁ ଅଗ୍ନିବର୍ଷାରେ ଲାଗିଲା ବ୍ରେକ୍ । ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା । ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ହାଲକା ପବନ ବହିବା ନେଇ ସୂଚନା ରହିଛି । ଗତକାଲି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ଫଳରେ ପ୍ରାୟ ୭ଦିନ ଧରି ଖରାରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ତାତିରୁ ତ୍ରାହି ମିଳିଛି ।

କେନ୍ଦୁଝର ପାଟଣା ସମେତ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବାବେଳେ, ମାଲକାନଗିରି ବ୍ୟତୀତ ସବୁ ସହରରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଗତକାଲି ସନ୍ଧ୍ୟା ବେଳକୁ ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଘୋଟାଇ ଆସିଥିଲା । ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ଟ୍ୱିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ଦେଖା ଦେଇଥିଲା ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨ ଦିନ ରାଜ୍ୟର କିଛି ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଦଲକା ପବନ ବୋହିବା ନେଇ ସୂଚନା ରହିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର ।

ଗତକାଲି ସନ୍ଧ୍ୟାରେ ଦଶପଲ୍ଲା ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡଘଡି ହେବା ଫଳରେ ଦୁଇ ବଖରା ଘର ଜଳିଯାଇଛି । ତେବେ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଥିବା ବେଳେ ଦଶପଲ୍ଲା ବ୍ଲକ ବନ୍ଧୁଗାଁରେ ବଜ୍ରପାତ ହୋଇ ନିଆଁ ଲାଗିଯିବାରୁ ଗାଁର ଅପୂର୍ବ ନାୟକଙ୍କ ଦୁଇ ବଖରା ଘର ପୋଡ଼ିଯାଇଛି । ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।

ଖବର ପାଇଁ ଦଶପଲ୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ଶିକାର ହୋଇ ସର୍ବସ୍ୱାନ୍ତ ହୋଇପଡିଥିବା ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।