କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଲିଖିତ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହିଂସା ଅଭିଯୋଗ । କେନ୍ଦ୍ରାପଡ଼ାରେ ବିଜେଡିର ରକ୍ତପାତ ରାଜନୀତି ଅଭିଯୋଗ । ଗତକାଲି ରାତିରେ ପାଟକୁରାରେ ଜଣେ ବିଜେପି କର୍ମୀଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଆରମ୍ଭ ହୋଇଛି ପୁରୁଷ ଟି-୨୦ ବିଶ୍ୱ କପ୍ । ଉଦ୍ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା ମଧ୍ୟରେ ଟକ୍କର । ଟସ୍ ଜିତି ଆମେରିକାର ବୋଲିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ଟି ଆମେରିକାର ଡଲାସ ଗ୍ରାଣ୍ଡ ପ୍ରାରୀ ଷ୍ଟାଡିୟମରେ ଖେଳାଯାଉଛି ।
ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।
ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ସରିବା ପରେ ନଡ୍ଡାଙ୍କ ବଡ଼ ଦାବି । NDA ୪ଶହ ପାର୍ ସହ ବିଜେପି ଏକାକୀ ୩୭୦ ସିଟ୍ ଅତିକ୍ରମ କରିଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ରାଜ୍ୟରେ ଶେଷ ପାଳି ଭୋଟିଂ ବେଳେ ବି ଅବ୍ୟବସ୍ଥାର ମାଳ ମାଳ ଅଭିଯୋଗ । ଅଧିକାଂଶ ଅଭିଯୋଗ, ଇଭିଏମର ଅଚଳାବସ୍ଥା ।
ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ସ୍ଥାନରୁ ଆସିଛି ବିଜେଡି କର୍ମୀଙ୍କ ଦାଦାଗିରି, ବୁଥ୍ ରିଗିଂ ଓ ମରଣାନ୍ତକ ଆକ୍ରମଣର ମାଳ ମାଳ ଅଭିଯୋଗ ।
ନିଜ ମାଆଙ୍କର ଦେହାନ୍ତ ହେବା ସତ୍ତ୍ୱେ ସେ ପ୍ରଥମେ ଦେଶ ପାଇଁ କର୍ତ୍ତବ୍ୟ ପାଳନ କରିବାକୁ ଉଚିତ୍ ମଣିଛନ୍ତି । ଗୋଟେ ମାଆର ପୁଅ ହେବା ଠାରୁ ଅଧିକ ସେ ଭାରତ ମାଆର ପୁଅ ହେବାକୁ ପସନ୍ଦ କରିଛନ୍ତି ।
ସାଧାରଣ ନିର୍ବାଚନରେ ଭୋଟିଂ ପର୍ବ ଶେଷ ହୋଇଥିବା ବେଳେ ଏବେ ଅପେକ୍ଷା ଫଳାଫଳକୁ।
ସମାପ୍ତ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତପସ୍ୟା । ଆଜି ତାମିଲନାଡ଼ୁର କନ୍ୟାକୁମାରୀର ଶାନ୍ତ ଉପକୂଳରେ ୪୫ ଘଣ୍ଟା ପରେ ଧ୍ୟାନ ସମାପ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।
କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ ।
ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ପୁରୀ ବାଣ ବିସ୍ଫୋରଣ ଟ୍ରାଜେଡିରେ ବଢ଼ିଲା ମୃତ୍ୟୁସଂଖ୍ୟା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
କୁନି ପୁଅ ସାମ୍ନାରେ ପିଟି ପିଟି ମାରିଦେଲେ ମାଆକୁ । ପାରିବାରିକ କଳହର କରୁଣ ପରିଣତି । ଟଙ୍କା ପାଇଁ ବୋହୁକୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି...
ବଢ଼ିବାରେ ଲାଗିଛି ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଉରକେଲା RGHରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି ।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହ ଅପରାଧୀ ଭଳି ବ୍ୟବହାର କରିଛି ପୋଲିସ୍ । ଗିରଫ ପରେ ଥାନାରେ ତଳେ ବସାଇଥିଲା, ଖାଇବାକୁ ବି ଦେଇନଥିଲା । ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ।
ପଶ୍ଚିମ ଆକାଶରୁ ଅଗ୍ନିବର୍ଷା । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ଆହୁରି ତିନି ଦିନ ତାତିରୁ ତ୍ରାହି ନାହିଁ । ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ ।
ତାତିର ତାଉରେ ଆଉଟୁପାଉଟୁ ହେଉଛନ୍ତି ସମସ୍ତେ । ଚଳିତ ବର୍ଷର ତାତି ରେକର୍ଡ ଭାଙ୍ଗିଛି । ଏପରି ପରିସ୍ଥିତିରେ ନିରୀହ ପକ୍ଷୀଙ୍କର ଶୋଷ ମେଣ୍ଟାଇ ପ୍ରଶଂସା ସାଉଁଟିଛନ୍ତି ସୁକାନ୍ତ ।