Advertisment

ଧ୍ୟାନ ମୁଦ୍ରାରେ ନରେନ୍ଦ୍ର; କରୁଛନ୍ତି ତପସ୍ୟା, ପିଉଛନ୍ତି ତରଳ ପଦାର୍ଥ

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

PM Modi

କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଧ୍ୟାନକୁ ପ୍ରାୟ ୨୪ ଘଣ୍ଟା ପୂରିବ । ମୋଟ ୪୫ ଘଣ୍ଟା ବିନା କୌଣସି ଆହାରରେ ମୌନବ୍ରତ ଧାରଣ କରି ଧ୍ୟାନରେ ବିତାଇବେ ମୋଦି । ଆସନ୍ତାକାଲି ଏହା ସଂପୂର୍ଣ୍ଣ ହେବ । ତେବେ ଆସନ୍ତୁ ଜାଣିବା ଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ବିବେକାନନ୍ଦ ରକ୍ କୁ କାହିଁକି ବାଛିଲେ ଏବଂ କଣ ରହିଛି ଏହି ସ୍ଥାନର ବିଶେଷତ୍ୱ ।

Advertisment

ଧ୍ୟାନ ମଣ୍ଡପରେ ଗୁଞ୍ଜରିତ ପବିତ୍ର ଓଁକାର ... ଧ୍ୟାନ ମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି... ଗୈରିକ ବସନ, ହାତରେ ଜପମାଳା, ଶାନ୍ତ-ଶୁଦ୍ଧ ମୁଖମଣ୍ଡଳ... । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଏହି ଭଳି ଭାବେ ଗତସଂଧ୍ୟାରୁ ୪୫ ଘଣ୍ଟା ପାଇଁ ଧ୍ୟାନରେ ବସିଛନ୍ତି ମୋଦି । ଏହି ୪୫ ଘଣ୍ଟା ସେ ମୌନବ୍ରତ ଧାରଣ କରିଥିବା ବେଳେ, କାହା ସହ କଥା ହେବେ ନାହିଁ କି ଧ୍ୟାନକକ୍ଷରୁ ବାହାରିବେ ନାହିଁ ।

ଆସନ୍ତାକାଲି ଧ୍ୟାନ ସଂପୂର୍ଣ୍ଣ ହେବାକୁ ଥିବା ବେଳେ, ତା ପୂର୍ବରୁ ଅନ୍ନର କଣିକାଟିଏ ବି ସ୍ପର୍ଶ କରିବେ ନାହିଁ ମୋଦି । କେବଳ ପଇଡ଼ ପାଣି ଓ ଅଙ୍ଗୁର ରସ ଆଦି ପାନୀୟ ଗ୍ରହଣ କରିବେ । ଗତକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଥିବା ବେଳେ, ଗତବର୍ଷ ଭଳି ଏବର୍ଷ ମଧ୍ୟ କିଛି ସମୟ ଏକାନ୍ତ ରହିବାକୁ ଏବଂ ଧ୍ୟାନ କରି ସମୟ ବିତାଇବାକୁ ଏହି ଆଧ୍ୟାତ୍ମିକ, ଐତିହାସିକ ତଥା ଭୌଗୋଳିକ ମହତ୍ତ୍ୱ ଥିବା ସ୍ଥାନକୁ ବାଛିଛନ୍ତି ମୋଦି ।

Advertisment

ତାଙ୍କ ସୁରକ୍ଷା ପାଇଁ ପ୍ରାୟ ୨ ହଜାର ସୁରକ୍ଷା କର୍ମୀ ମୁତୟନ ଥିବା ବେଳେ, ସମୁଦ୍ର ଭିତରେ ତଟରକ୍ଷୀ ବାହିନୀ ଓ ନୌସେନା ବି ସଜାଗ ରହିଛି । ତାମିଲନାଡ଼ୁ କନ୍ୟାକୁମାରୀର ବିବେକାନନ୍ଦ ରକ୍ । ଭାରତୀୟ ମୂଳ ଭୂଖଣ୍ଡର ଦକ୍ଷିଣତମ ସ୍ଥାନ, ଯେଉଁଠି ହୋଇଛି ବଙ୍ଗୋପସାଗର, ଆରବ ସାଗର ଓ ଭାରତ ମହାସାଗରର ସଂଗମ। ତଟଠୁ ୫ଶହ ମିଟର ଦୂରରେ ସମୁଦ୍ର ଭିତରେ ଥିବା ରହିଛି ଏହି ଶିଳାଖଣ୍ଡ ।

ପ୍ରାୟ ୧୩୦ ବର୍ଷ ତଳେ ଏହାରି ଉପରେ ଧ୍ୟାନ କରିଥିଲେ ଆଉ ଜଣେ ନରେନ୍ଦ୍ର । ନରେନ୍ଦ୍ରନାଥ ଦତ୍ତ, ଭାରତୀୟ ଯୁବଶକ୍ତିର ପ୍ରେରଣା ସ୍ୱାମୀ ବିବେକାନନ୍ଦ । ସେହି ବିଶ୍ୱବିଦିତ ଉଦବୋଧନ ପାଇଁ ଚିକାଗୋ ଗସ୍ତ ପୂର୍ବରୁ, ଅଶାନ୍ତ ସମୁଦ୍ରରେ ପହଁରି ପହଁରି ସେ ପହଞ୍ଚିଥିଲେ ଏହି ଶିଳାଖଣ୍ଡରେ । ଆଉ ଏଠାରେ ୩ ଦିନ ସାଧନା କରିଥିଲେ ଓ ଦେଖିଥିଲେ ଦେଶରେ ଆଧ୍ୟାତ୍ମିକ ଜାଗରଣର ସ୍ୱପ୍ନ ।

ଏହାରି ସ୍ମାରକୀ ଭାବେ ସେଠାରେ ଗଢ଼ିଉଠିଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ଥିବା ଧ୍ୟାନ ମଣ୍ଡପରେ ଧ୍ୟାନରତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ସେ ପ୍ରଥମେ ଭଗବତୀ ଆମ୍ମାଙ୍କୁ ପୂଜାର୍ଚ୍ଚନା କରିବା ପରେ, ବିବେକାନନ୍ଦ ରକ୍ ମେମୋରିଆଲକୁ ଯାଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଏବଂ ଗୁରୁ ରାମକୃଷ୍ଣ ପରମହଂସ ଓ ଶାରଦା ଦେବୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ଏହା ପରେ ସେ ଧ୍ୟାନ ଆରମ୍ଭ କରିଥିବା ବେଳେ, ଆଜି ସକାଳେ ସୂର୍ଯ୍ୟ ଅର୍ଘ୍ୟ ଅର୍ପଣ କରିଥିଲେ ଉଦିତ ସୂର୍ଯ୍ୟଙ୍କୁ । ୨୦୧୪ ନିର୍ବାଚନ ପ୍ରଚାର ସରିବା ପରେ, ମହାରାଷ୍ଟ୍ର ସତାରାର ଐତିହାସିକ ପ୍ରତାପଗଡ଼ ଦୁର୍ଗ ପରିଦର୍ଶନ କରିଥିଲେ ମୋଦି । ୨୦୧୯ରେ ପ୍ରଚାର ପର୍ବ ସାରି କେଦାରନାଥ ପୀଠରେ ଧ୍ୟାନ ମୁଦ୍ରାକୁ ଯାଇଥିଲେ ।

ଉତ୍ତରାଖଣ୍ଡ କେଦାରନାଥ ମନ୍ଦିର ନିକଟସ୍ଥ ରୁଦ୍ର ଗୁମ୍ଫାରେ ୧୭ ଘଣ୍ଟା ଧ୍ୟାନରେ ବସିଥିଲେ । ତେବେ ଏଥର ସେ ବିବେକାନନ୍ଦ ରକ୍ କୁ ଧ୍ୟାନସ୍ଥଳ ଭାବେ ବାଛିବା ପରେ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ତାଙ୍କର ଠିକ୍ ସେହି ସ୍ଥାନର ଏକ ୩୩ ବର୍ଷ ପୁରୁଣା ଫଟୋ । ଏହା ୧୯୯୧ ଏକତା ଯାତ୍ରା ଆରମ୍ଭ ବେଳର ଫଟୋ ବୋଲି କୁହାଯାଉଛି ।

Narendra Modi General Elections 2024 PMModi
Advertisment
Advertisment