ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ କଟକରେ ମକଡ୍ରିଲ କରିଛି ଭାରତୀୟ ବାୟୁସେନା । ଯେହେତୁ ପ୍ରଧାନମନ୍ତ୍ରୀ ବାୟୁସେନାର ହେଲିକପ୍ଟର ଦ୍ୱାରା କଟକ ଆସିବେ, ତେଣୁ ବାଲିଯାତ୍ରା ପଡିଆରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।
ନିର୍ବାଚନ ବେଳେ ଭୁବନେଶ୍ୱରରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ୨୪୯ଟି ପୋଷ୍ଟ ହଟାଇଛି କମିସନରେଟ ପୋଲିସ ।
ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ PS ଗିରଫ । PS ବୈଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ।
ଶାସକ ବିଜେଡିର ମଂଚରେ ଖୋଦ୍ ପ୍ରଭାବଶାଳୀ ନେତାଙ୍କ ମୁହଁରେ ଓଡ଼ିଶାର ବରପୁତ୍ରଙ୍କ ଅପମାନ । ସମ୍ବଲପୁର ସଭାରେ ମାଟିର ପୁଅ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ବିଜେଡିର ନେତା ଭିକେ ପାଣ୍ଡିଆନ୍ ସନ୍ଥ କବି କହି ସମ୍ବୋଧିତ କରିବା ପରେ ତେଜିଛି ରାଜନୀତି ।
ନିର୍ବାଚନୀ ହିଂସାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏଥର ଖଲ୍ଲିକୋଟ କାଣ୍ଡକୁ ନେଇ ହଇଚଇ । ୪୮ ଘଣ୍ଟା ପୁରିଲା । ବିଜେପି କର୍ମୀଙ୍କୁ ହତ୍ୟାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପାଖରେ ନା ପହଞ୍ଚି ପାରିଲା ପୋଲିସ, ନା ଶୋକସନ୍ତପ୍ତ ପରିବାରକୁ ଦେଇଛି ନ୍ୟାୟ ।
କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିଶାଳ ଜନ ସମ୍ପର୍କ ଯାତ୍ରା । ବାଲିସୁଆଁ ଛକଠାରୁ ଆରମ୍ଭ ହୋଇଛି ବିରାଟ ମୋଟର ସାଇକେଲ୍ ରୋଡ୍ ସୋ ।
ଆଗାମୀ ୪ ଦିନ ଲାଗି ଦେଶର ୬ଟି ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ଏବଂ ୩ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
କ୍ରିକେଟ୍ ଜଗତରେ କିଏ ବଡ଼ ଖେଳାଳି, ସଚିନ୍ ତେନ୍ଦୁଲକର କି ବିରାଟ କୋହଲି । ଏହି ପ୍ରଶ୍ନ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ରହିଥାଏ । ଏହାକୁ ନେଇ ସବୁବେଳେ ବିତର୍କ ଜାରି ରହିଥାଏ ।
ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠନ ହେଲା SIT । ଏସଆଇଟି ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବ ଏସ୍ଆଇଟି ।
ଓଡ଼ିଶାର ବରପୁତ୍ରଙ୍କୁ ଭୁଲ ସମ୍ବୋଧନ କଲେ ପାଣ୍ଡିଆନ । ସମ୍ବଲପୁର ସଭାମଞ୍ଚରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଭୁଲ୍ ସମ୍ବୋଧନ କଲେ ଏବଂ ସନ୍ଥକବି ଭୀମଭୋଇଙ୍କୁ କେବଳ କବି ବୋଲି କହିଲେ ପାଣ୍ଡିଆନ ।
ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ...
କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି । ଏ ନେଇ ପ୍ରେସମିଟ୍ କରି ଅଭିଯୋଗ କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଇସ୍ପାତମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କ ପାଞ୍ଚ ପ୍ରଶ୍ନ । ଓଡ଼ିଶାରେ ଖଣି ମାଫିଆ ସକ୍ରିୟ ଅଛନ୍ତି । ଖଣି ଦୁର୍ନୀତି ଅଭିଯୁକ୍ତଙ୍କୁ ଓଡିଶା ସରକାର ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।
ଆସୁ ଆସୁ ପଦ୍ମପୁର ସଭାରେ ବର୍ଷିଲେ ନଡ୍ଡା । କହିଲେ ରାଜନୀତିର ପରିଭାଷା ବଦଳାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି ।
ବାହାଘରରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ଛୁଆକୁ କାର୍ରେ ଛାଡ଼ି ଭୁଲିଯାଇଥିଲେ । ଫେରି ଆସି ଦେଖନ୍ତି ତ ଛୁଆ ଆଉ ନାହିଁ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ରାଜସ୍ଥାନର କୋଟାରେ ।
ଗଞ୍ଜାମ ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ୮ ଗିରଫ । ଆକ୍ରମଣକାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।
ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।
ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ବିରୋଧୀ ନୁହେଁ ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର ।