ଭାରତୀୟ ନିର୍ବାଚନ କମିଶନ- ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ଇସିଆଇଙ୍କୁ ସାମାଲୋଚନା କରିବାକୁ ବି ପଛାଇ ନାହାନ୍ତି ।
ପୁରୁଷ ଯାତ୍ରୀଙ୍କ ଉନ୍ମତ କାଣ୍ତ । ବିମାନରେ ଉଲଗ୍ନ ହୋଇ ଦୌଡ଼ିଲେ, କ୍ରିଉ ମେମ୍ବରଙ୍କୁ ତଳେ ପକାଇଲେ । ସେତେବେଳକୁ ଉଡ଼ାଣ ଭରି ସାରିଥିଲା ବିମାନ । ଏହି ସମୟରେ କ୍ରିଉ ମେମ୍ବରମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀ ଉଲଗ୍ନ ହୋଇ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି...
୨ ଦିନ ପରେ ଅନ୍ତିମ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଆସନରେ ଏଥିରେ ଭୋଟ୍ ପଡ଼ିବାକୁ ଥିବା ବେଳେ, ଦଳ ଓ ପ୍ରାର୍ଥୀମାନେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ।
ମୁଖ୍ୟମନ୍ତ୍ରୀଙ୍କ ଭଳି ଜଣେ ବରିଷ୍ଠଙ୍କୁ ସଭା ମଞ୍ଚରେ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ୍ । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ ।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ SCBରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥତା ଯୋଗୁଁ ଖୋର୍ଦ୍ଧା ଜେଲରୁ କଟକ ବଡମେଡିକାଲ ଅଣାଗଲା । ଓକିଲଙ୍କ ଆବେଦନ ଆଧାରରେ ମେଡିକାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ ।
ସିଏମଓର ସ୍ପେଶାଲ ସେକ୍ରେଟାରୀ ଡିଏସ କୁଟ୍ଟେ ସସପେଣ୍ଡ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ ।
ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । କହିଛନ୍ତି, ସନ୍ଧ୍ୟାରେ କିଛି ଲୋକ ଷ୍ଟ୍ରଙ୍ଗ ରୁମ ନିକଟରେ ବୁଲିବା ସହ ଷ୍ଟ୍ରଙ୍ଗ ରୁମ୍ ଖୋଲୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥିବା ସେ କହିଛନ୍ତି ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ଆସୁଛନ୍ତି ମୋଦି । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।
ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି ।
ଦୁଆରୁ ଲିଭିନି ବାହାଚିତା । ହେଲେ ଏପଟେ ଚିତା ଜଳିବ ବୋଲି ଏକାଠି ହେଲେଣି ମାଲଭାଇ । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଜନ୍ମକଲା ମା’ର ଅନ୍ତର ଆତ୍ମା ଫାଟି ପଡୁଛି ।
ଗମ୍ଭୀରଙ୍କ ବଦଳରେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି ହୋଇ ପାରନ୍ତି ହେଡ୍ କୋଚ୍ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଟଙ୍କା ବଣ୍ଟା ସନ୍ଦେହରେ ଉତ୍ତେଜନା ଓ ପୋଲିସ ଗାଡି ଭଙ୍ଗାରୁଜା ଘଟଣାରେ ଆକ୍ସନ । ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗାଁରୁ ୪ ଜଣଙ୍କୁ ଉଠାଇ ନେଲା ପୋଲିସ।
ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହଙ୍କ ବକ୍ତବ୍ୟ । ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍ରେ ପୂରାଯିବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ଚାନ୍ଦବାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦବୋଧନ । ଆରମ୍ଭରୁ ବିଜେଡ଼ି ଉପରେ ବର୍ଷିଲେ । ୪ ଜୁନ୍ରେ ନବୀନ ହେବେ ‘ପୂର୍ବ ମୁଖ୍ୟମନ୍ତ୍ରୀ’ବୋଲି କହିଲେ ।
ଅପ୍ରାକୃତିକ ଯୌନ ସମ୍ପର୍କରେ ଲିପ୍ତ ଥିବା ପଞ୍ଜାବ ମନ୍ତ୍ରୀ ବାଲକର ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଉଦ୍ବେଗ ପ୍ରକାଶ କରିଛନ୍ତି ।
ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି ।
ଦୁର୍ବଳ ସିନା ହେଇଛି ‘ରେମାଲ’ କିନ୍ତୁ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି ରେମାଲ୍ । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁସୁଡ଼ି ଯାଇଛି ।
ଗତକାଲି ଶେଷ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଫାଇନାଲରେ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ୍ ହୋଇଛି କୋଲକାତା ନାଇଟ ରାଇଡର୍ସ । କୋଲକାତା ନାଇଟ୍ ରାଇଡର୍ସ ନିଜର ତୃତୀୟ ଟାଇଟଲ୍ ହାସଲ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ କେବଳ ରନର୍ସ ଅପ୍ ରେ ସନ୍ତୁଷ୍ଟ ରହିଛି ।
ସିସିଟିଭି ଫୁଟେଜରୁ ସାମନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡର କାରଣ । ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା ।
କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।