• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆରମ୍ଭ ହୋଇଛି ପୁରୁଷ ଟି-୨୦ ବିଶ୍ୱ କପ୍ । ଉଦ୍‌ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା ମଧ୍ୟରେ ଟକ୍କର । ଟସ୍ ଜିତି ଆମେରିକାର ବୋଲିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ଟି ଆମେରିକାର ଡଲାସ ଗ୍ରାଣ୍ଡ ପ୍ରାରୀ ଷ୍ଟାଡିୟମରେ ଖେଳାଯାଉଛି । ଭାରତୀୟ ସମୟ ସକାଳ ୬ଟାରେ ଖେଳ ଆରମ୍ଭ ହୋଇଛି ।

ତେବେ ପ୍ରଥମ ଥର ପାଇଁ ଉଭୟ ଦଳ ବିଶ୍ୱକପ ଖେଳୁଛନ୍ତି । ଗତକାଲି ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ଦମଦାର ପ୍ରଦର୍ଶନ ଦେଖାଇଛି । ବାଂଲାଦେଶକୁ ୬୦ ରନ୍‌ରେ ପରାଜିତ କରିଛି ଭାରତ । ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତର ଏହା ଏକମାତ୍ର ଅଭ୍ୟାସ ମୁକାବିଲା ଥିଲା ।

ଗତକାଲି ଖେଳାଯାଇଥିବା ଏହି ୱାର୍ମଅପ୍ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୩ ରନ୍ କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୦ ଓଭରରେ ୯ ୱିକେଟ୍ ହରାଇ ୧୨୨ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ମହମ୍ମଦୁଲ୍ଲା ସର୍ବାଧିକ ୪୦ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାକିବ୍ ଅଲ୍ ହାସନ୍ ୨୮, ତାନିଜ ହାସାନ ୧୭ କରିଥିଲେ ।

ଭାରତ ପକ୍ଷରୁ ବାମହାତୀ ଦ୍ରୁତ ବୋଲର୍ ଅର୍ଶଦୀପ୍ ସିଂହ ଓ ଶିବମ୍ ଦୁବେ ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ୍, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ତ୍ୟା, ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଭାରତ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଏହି ମ୍ୟାଚରେ ଋଷଭ ପନ୍ତ ୫୩ ରନର ଇଂନିସ ଖେଳିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୨୩, ସୂର୍ଯ୍ୟକୁମାର ୩୧, ହାର୍ଦ୍ଦିକ ପାଣ୍ତ୍ୟା ୪୦ ରନ କରିଥିଲେ । ତେବେ ଭାରତୀୟ ବ୍ୟାଟିଂ ଲାଇମ ଅପ୍‌ର ମେରୁଦଣ୍ତ ବିରାଟ କୋହଲି ଏହି ଏକମାତ୍ର ଅଭ୍ୟାସ ମ୍ୟାଚ ଖେଳିନଥିଲେ । ତେବେ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଭାରତ ଆୟର୍ଲାଣ୍ତ ବିପକ୍ଷରେ ଜୁନ୍ ୫ରେ ଖେଳିବ ।

OTV is now on Whatsapp

Join and get latest news update delivered to you via whatsapp

Join Now