ମୋ ବାପା ହେଲେ ମୁଖ୍ୟମନ୍ତ୍ରୀ । ସାଙ୍ଗମାନେ ପାର୍ଟି ମାଗିଲେଣି କିନ୍ତୁ ବାପା ବର୍ତ୍ତମାନ ବ୍ୟସ୍ତ ଥିବେ । ସେ ଆସିଲେ ତାଙ୍କୁ ପାର୍ଟି ମାଗିବି । ତାଙ୍କୁ ଶୁଭେଚ୍ଛା ଜଣାଇବି ।
କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛି ଦଳ । ଆସନ୍ତୁ ଜାଣିବା ସେମାନଙ୍କ ରାଜନୈତିକ କ୍ୟାରିଅର ବିଷୟରେ ..
ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା । କନକ ବର୍ଦ୍ଧନ ସିଂହଦେଓ ହେବେ ଉପମୁଖ୍ୟମନ୍ତ୍ରୀ । ଏହା ସହ ପ୍ରଭାତୀ ପରିଡ଼ା ମଧ୍ୟ ହେବେ ଉପମୁଖ୍ୟମନ୍ତ୍ରୀ । ଉଭୟଙ୍କ ନାଁ ଘୋଷଣା କଲେ ରାଜନାଥ ସିଂହ ।
ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ କଟକଣା ରହିବ ।
ଜୁନ୍ ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା । ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଏସିଏସ୍ଙ୍କ ପକ୍ଷରୁ ଚିଠି ହେଲା ।
ଏହା ଏପରି ଏକ ଘଟଣା, ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । ନିଜର ଭାବୀ ପତ୍ନୀଙ୍କ ପାଇଁ ସେ ଏପରି ଏକ ସରପ୍ରାଇଜ୍ ରେଡୀ କରିଥିଲେ, ଯାହାକୁ ଦେଖୁ ସମସ୍ତେ ସ୍ତବ୍ଧ ହୋଇ ରହିଗଲେ ।
ଗତ ରବିବାର ଦିନ ଭାରତ- ପାକିସ୍ତାନ ଖେଳ ହୋଇଥିଲା । ସେହି ମ୍ୟାଚ୍ରେ ଭାରତ ଦମଦାର ପ୍ରଦର୍ଶନ କରି ଜିତିନେଇଥିଲା । ଲୋ ସ୍କୋର ହେବା ସତ୍ତ୍ୱେ ବୋଲର୍ମାନଙ୍କ ଭଲ ପ୍ରଦର୍ଶନ ପାଇଁ ଉକ୍ତ ମ୍ୟାଚ୍କୁ ଭାରତ ଜିତିନେଇଥିଲା ।
ସରକାର ବଦଳୁ ବଦଳୁ ଶ୍ରୀମନ୍ଦିରକୁ କିଏ ଶ୍ରୀହୀନ କରିବାକୁ ବସିଥିଲା? ବଡ଼ ଠାକୁରଙ୍କ ବଡ଼ ଦେଉଳକୁ ଆଲୋକଶୂନ୍ୟ କରିବାର ମନ୍ଦବୁଦ୍ଧି ପାଞ୍ଚିଥିଲା କିଏ? କାହା ନିର୍ଦ୍ଦେଶରେ ଖୋଲି ଦିଆଯାଉଥିଲା ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଏବଂ ମ୍ୟୁଜିୟମ୍ ଲାଇଟ୍ ?
କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗି ଦେଇଛନ୍ତି କିଛି ନବାଗତ...
ମୋଦି କ୍ୟାବିନେଟର ୩ ଓଡ଼ିଆ ମନ୍ତ୍ରୀଙ୍କୁ ମିଳିଲା ବଡ଼ ବିଭାଗ । ରେଳ ସହ ସୂଚନା ପ୍ରସାରଣ ମନ୍ତ୍ରାଳୟ ପାଇଲେ ଅଶ୍ବିନୀ ବୈଷ୍ଣବ । ଶିକ୍ଷା ବିଭାଗ ବଜାୟ ରଖିଲେ ଧର୍ମେନ୍ଦ୍ର ପ୍ରଧାନ ।
ଜଣାପଡ଼ିଲା କେନ୍ଦ୍ର କ୍ୟାବିନେଟର ରୂପରେଖ । ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ମନ୍ତ୍ରୀ ପଦ । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।
ପୂରା ବିଶ୍ୱରେ ବିରାଟ କୋହଲିଙ୍କୁ କିଏ ବା ନଜାଣେ । ସବୁଆଡ଼େ ତାଙ୍କର ଅସଂଖ୍ୟ ପ୍ରଶଂସକ । ବିଶ୍ୱ ତାଙ୍କୁ କିଙ୍ଗ୍ କୁହେ, କ୍ରିକେଟ୍ର କିଙ୍ଗ୍ । ନିଜ ଖେଳ ପାଇଁ ତାଙ୍କର ଅଧ୍ୟବସାୟ, ତାଙ୍କୁ ଏପରି ଗଢ଼ି ତୋଳିଛି ।
ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ଅଜଣା ଜନ୍ତୁ । ଗତକାଲି ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ପାଠ ସମାରୋହ ଆୟୋଜନ ହୋଇଥିଲା । ମୋଦି ୩.O ସରକାରର ମନ୍ତ୍ରିମଣ୍ଡଳ ଶପଥ ଚାଲିଥିଲା ।
ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବାକୁ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇ ପାରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି ।
ଆସନ୍ତା ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ତାପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ରାଜ୍ୟରେ ମୌସୁମୀ ନଆସୁଣୁ କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ରୋଗୀ । ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି, ସେ ମଧ୍ୟରେ ପୁରୀରୁ ୨ଟି କେସ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର ଗୃହ ବିଭାଗର ବିଭିନ୍ନ ଡିପାର୍ଟମେଣ୍ଟରେ କେତେ କର୍ମଚାରୀ ଅବସର ପରେ ପୁନଃ ନିଯୁକ୍ତି ପାଇଛନ୍ତି ତଥ୍ୟ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ତଥ୍ୟ ଦେବାକୁ କୁହାଯାଇଛି ।
ଆସନ୍ତା ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀ ଗୃହରୁ ନେଇ ଶୌଚାଳୟ ପରିଷ୍କାର କରିବାକୁ ନିର୍ଦ୍ଦେଶ । ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।
ନବୀନଙ୍କ ପାଣ୍ଡିଆନ୍ ପ୍ରେମ ସରିନି । ଜାମିନରେ ଜେଲରୁ ବାହାରିବା ପରେ ଏଭଳି ଟାର୍ଗେଟ କରିଛନ୍ତି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିସହ ସେ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି ।
ମିଳିଲା ବଡ଼ ଖବର । କେନ୍ଦ୍ର କ୍ୟାବିନେଟରେ ସାମିଲ୍ ପାଇଁ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ଫୋନ୍ ଯାଇଥିବା ସୂଚନା ମିଳିଛି । ଜଣଙ୍କ ପରେ ଜଣେ ନେତାଙ୍କୁ ପିଏମ୍ଓରୁ ଯାଉଛି ଫୋନ୍ କଲ୍ ।