• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ ପୋଲିସକୁ ମିଳିଲା ଚିଠି । ମୋର ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ଜଣେ X ୟୁଜର୍ସକାରୀ ଅତି ମଜାଳିଆ ଢଙ୍ଗରେ ଦିଲ୍ଲୀ ପୋଲିସକୁ X ରେ ଟ୍ୟାଗ୍ କରି ପଚାରିଛନ୍ତି ମୋ ପାଇଁ ଗାର୍ଲଫ୍ରେଣ୍ତ୍ କେବେ ଖୋଜି ଦେବ । ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସିଙ୍ଗଲ୍ ରହିଛି । ଅର୍ଥାତ୍ ମୋର କେହି ଗାର୍ଲଫ୍ରେଣ୍ତ ନାହାନ୍ତି ।

ଏହି ଟ୍ୱିଟଟି ବର୍ତ୍ତମାନ ସୋସିଆଲ୍ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସର ୱାର୍ଲ୍ଡ ନୋ ତମାଖୁ ଦିବସ ପୋଷ୍ଟରେ, X ବ୍ୟବହାରକାରୀ ଶିବମ୍ ଭରଦ୍ୱାଜ ଏପରି ଏକ ମନ୍ତବ୍ୟ ଦେଇଛନ୍ତି । “ମେରୀ ଗର୍ଲଫ୍ରେଣ୍ଡ୍ କବ ବନୱାୱୋଗେ? ମେ ଅଭି Signal ହୁଁ ଦିଲ୍ଲୀ ପୋଲିସ୍ ।" ଏହା ଠିକ୍ ନୁହେଁ । ତୁମେ ମୋ ପାଇଁ ଗାର୍ଲଫ୍ରେଣ୍ଡ୍ ଖୋଜିବାରେ ସାହାଯ୍ୟ କରିବା ଉଚିତ୍ ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ: ଚଳନ୍ତା କାର୍‌ରେ ସୁଇମିଂ ପୁଲ୍ କରି ଫସିଲେ ୟୁଟ୍ୟୁବର୍ ! ଏବେ ଭୋଗିବେ ଦଣ୍ତ...

ତେବେ ଏହି ପୋଷ୍ଟରେ ସେ ସିଙ୍ଗଲ ଜାଗାରେ ସିଗନାଲ୍ ଶବ୍ଦ ବ୍ୟବହାର କରିଛନ୍ତି । ଏହାକୁ ସେ ସିଙ୍ଗଲ ଭାବେ ହିଁ ଲେଖିଛନ୍ତି । ଯେହେତୁ ସେ ପୋଲିସକୁ ଟ୍ୟାଗ୍ କରିଛନ୍ତି ତେଣୁ ସେ single ଜାଗାରେ signal ଶବ୍ଦର ବ୍ୟବହାର କରିଛନ୍ତି । ପୋଷ୍ଟ ଅନୁସାରେ ଶିବମ୍ କହୁଛନ୍ତି ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ତେଣୁ ତାଙ୍କ ପାଇଁ ଏକ ଗାର୍ଲଫ୍ରେଣ୍ତ୍ ଖୋଜି ଦିଆଯାଉ ।

ଏହାର ଉତ୍ତରରେ ଦିଲ୍ଲୀ ପୋଲିସର ପ୍ରତିକ୍ରିୟା ଆପଣଙ୍କୁ ନିଶ୍ଚିତ ଭାବରେ ଜୋରରେ ହସାଇବ । ଦିଲ୍ଲୀ ପୋଲିସ ଶିବମଙ୍କ ପ୍ରଶ୍ନର ଜବାବ ଦେବାର କିଛି ସମୟ ପରେ ଉକ୍ତ ଟ୍ୱିଟଟି ଭାଇରାଲ ହୋଇଥିଲା । ଦିଲ୍ଲୀ ପୋଲିସର ପ୍ରତିକ୍ରିୟାକୁ ଅଧିକାଂଶ ଲୋକ “ଏପିକ୍” ଭାବରେ ନାମିତ କରିଥିଲେ । ଏପରି ଉତ୍ତର ସୋସିଆଲ ମିଡିଆ ୟୁଜର୍ସଙ୍କର ହୃଦୟକୁ ଛୁଇଁଥିଲା ।

ଏହାର ଉତ୍ତରେ ଦିଲ୍ଲୀ ପୋଲିସ କହିଛି ଯେ, ଆମେ ଆପଣଙ୍କର ଗାର୍ଲଫ୍ରେଣ୍ତକୁ ଖୋଜି ଆଣିପାରିବୁ, ଯଦି ସେ ହଜି ଯାଇଥିବେ । ଯଦି ଆପଣ signal ଅଛନ୍ତି, ତେବେ ଆପଣଙ୍କୁ ଅନୁରୋଧ ସେହିପରି ରୁହନ୍ତୁ । ଗ୍ରୀନ୍ ହିଁ ରୁହନ୍ତୁ, ରେଡ୍ ପାଲଟନ୍ତୁ ନାହିଁ । ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସର X ରେ ପ୍ରାୟ ୧ ମିଲିୟନ୍ ଓ ଇନଷ୍ଟାଗ୍ରାମରେ ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now