• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Kota
ପରୀକ୍ଷା, ପ୍ରେମ ନା ପ୍ରେସର୍...କୁଆଡ଼େ ଯାଉଛନ୍ତି ଛାତ୍ର!

କିଛିଦିନ ତଳେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଛାତ୍ରଙ୍କ ନିଖୋଜଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ କୋଟା ପୋଲିସ ନିଖୋଜ ଛାତ୍ରଙ୍କୁ ଖୋଜିବାରେ ବିଫଳ ହୋଇଛି ।

Electricity
'ଅ'ରେ ଅରଟ, 'ଆ'ରେ ଆତ ନାଁ... 'ଅ'ରେ ଅନ୍ଧାର, 'ଆ'ରେ ଆଉଟୁପାଉଟୁ

ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।

PM Modi
ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର...ଅବ୍ କି ବାର୍ ୪୦୦ ପାର୍

ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

OTV Impact
ଓଟିଭିରେ ଖବର ପ୍ରସାରଣ ପରେ ପଡ଼ିଲା ପ୍ରଭାବ, ବନ୍ଧା ହେଲା ନିଷ୍ଠୁର ଦାଦନ ସର୍ଦ୍ଦାର

ଓଟିଭି ପ୍ରଭାବ । ବନ୍ଧାହେଲା ଦାଦନ ସର୍ଦ୍ଦାର । ତେଲେଙ୍ଗାନାରେ ବଲାଙ୍ଗିର ସୁଲେକେଲା ଗାଁର ନାବାଳିକା ବନ୍ଧକ ଘଟଣାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାରକୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଅଭିଯୁକ୍ତର ନାଁ ସମ୍ଭାରୁ ବନଛୋର ।

Anandapur
ଖୋଲା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ.. ଆନନ୍ଦପୁରରୁ ଆସିଛି ଅଭିଯୋଗ

ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

Kota
ପ୍ରଥମେ ଆତ୍ମହତ୍ୟା, ଏବେ ନିଖୋଜ...କୋଟାର ପିଛା ଛାଡ଼ୁନି ବିବାଦ

ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

PM Modi
'ମିଛ ପ୍ରତିଶ୍ରୁତି ନୁହେଁ, ଆମେ କାର୍ଯ୍ୟରେ କରି ଦେଖାଉ'..

ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ ।

Loot
ଆସିଲେ..ଗୁଳି କଲେ.. କାରରୁ ଟଙ୍କା ଲୁଟିନେଲେ..

ଗୁଳି କରି କାରରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଟୋଲ ଗେଟ୍ ନିକଟରେ କାରକୁ ଗୁଳିକରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୪ଜଣ ଦୁର୍ବୃତ୍ତ ୧୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

Kumbha mela
ଜମିଲାଣି ଖଣ୍ଡଗିରି ମେଳା; କୌପିନ ଧାରୀଙ୍କଠୁ ଷ୍ଟାଣ୍ଡିଂ ବାବାଙ୍କ ଯାଏଁ ସବୁଠି ଭକ୍ତଙ୍କ ଗହଳି

ଭୁବନେଶ୍ୱର ଖଣ୍ଡଗିରିରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ କୁମ୍ଭମେଳା । ପ୍ରତିବର୍ଷ ଭଳି ଏବର୍ଷ ବି ଭଳିକି ଭଳି ସାଧୁସନ୍ଥ, ନାଗାବାବା ଓ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଖଣ୍ଡଗିରି ପାଦଦେଶରେ । ଆସନ୍ତା ୧୮ ତାରିଖରୁ ଜମିବ ରଙ୍ଗମଞ୍ଚର ଧୁମ୍ ।

Scam
ବର୍ଷାରେ ଧୋଇଗଲା ପ୍ରତିଶ୍ରୁତି; ପ୍ରତାରିତ ସାଧାରଣ ଜନତା, ଭୋଟ ପରେ ନିଖୋଜ ନେତା

ସ୍ୱାଧୀନତାର ୭୫ବର୍ଷ ପରେ ଏଇ ଉତ୍ତର ଖୋଜି ଖୋଜି ନିରାଶ ହେବା ପରେ ଶେଷରେ ନିଜ କଥା ନିଜେ ବୁଝିବା ନ୍ୟାୟରେ ଏଠି ଗାଁର ଖାଲଖମା ଭର୍ତ୍ତି ମରଣଯନ୍ତାଠୁ ବଳି ରାସ୍ତାକୁ ସଜାଡୁଛନ୍ତି କିଛି ଯୁବ ସ୍ୱେଚ୍ଛାସେବୀ ।

Crime
୧୦ ବର୍ଷ ପରେ ମିଳିଲା ନ୍ୟାୟ, ଦୋଷୀକୁ ଆଜୀବନ ସଜା ଦେଲେ କୋର୍ଟ

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ ।

Divorce
ବୈବାହିକ ଜୀବନରେ ଅଯଥା ହସ୍ତକ୍ଷେପ, ମାନସିକ କ୍ରୁରତା ସହ ସମାନ: ଦିଲ୍ଲୀ ହାଇକୋର୍ଟ

ବିବାହରେ ହସ୍ତକ୍ଷେପ କଲେ ମିଳିବ ଛାଡ଼ପତ୍ର । ଯଦି କୌଣସି ଦମ୍ପତ୍ତିଙ୍କର ବୈବାହିକ ଜୀବନରେ ପରିବାର ତରଫରୁ ମାତ୍ରାଧିକ ହସ୍ତକ୍ଷେପ କରାଯାଏ, ତେବେ ସ୍ୱାମୀ କିମ୍ବା ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

Sri Mandir
୪ ସପ୍ତାହରେ ନିଯୁକ୍ତି ହେବେ ଅଧ୍ୟକ୍ଷ, ହାଇକୋର୍ଟରେ ଜଣାଇଲେ ରାଜ୍ୟ ସରକାର

ହାଇକୋର୍ଟରେ ରତ୍ନଭଣ୍ଡାର ଖୋଲା ଓ ଗଣତି ଆବେଦନ ମାମଲା । ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି କରିବେ ସରକାର । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯିବ । ଆସନ୍ତା ୪ ସପ୍ତାହରେ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ସରକାର...

Loot
ସାଙ୍ଘାତିକ; ଦିନ ପ୍ରହରରେ ଗୁଳି ମାରିଲେ, ଅଳଙ୍କାର ଧରି ଛୁ ମାରିଲେ...

ସମ୍ବଲପୁରରେ ମାତିଛନ୍ତି ଲୁଟେରା । ଦିନ ଦ୍ୱିପ୍ରହରରେ ଧନୁପାଲି ଛକରେ ଗୁଳିକରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବତ୍ତ ।

crime
ଅଦା ଭଳି ହେମଦସ୍ତାରେ ଛେଚି ମାରିଦେଲା ସ୍ୱାମୀକୁ...ପ୍ରମାଣ ନଷ୍ଟ ପାଇଁ ପୋଡ଼ିଥିଲା ରକ୍ତ ଭିଜା କପଡ଼ା

ନୟାଗଡ଼ ଓଡଗାଁ କୋମଣ୍ଡ ଗାଁର ପ୍ରକାଶ ନାୟକଙ୍କୁ ସ୍ତ୍ରୀ ହେମଦସ୍ତାରେ ଛେଚି ମାରିଥିଲା । ପ୍ରକାଶ ଶୋଇଥିବା ବେଳେ ସ୍ତ୍ରୀ ଜ୍ୟୋତ୍ସ୍ନା ଏକ ହେମଦସ୍ତାରେ ସ୍ୱାମୀର ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲେ ।

Science
ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ...ପାଣିରେ ଛିଡ଼ା ହୋଇ ମଧ୍ୟ ପାଦରେ ଲାଗୁନି ପାଣି !

ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି । ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ ।

Rajya Sabha
୭ କେନ୍ଦ୍ରମନ୍ତ୍ରୀଙ୍କୁ ନାହିଁ ରାଜ୍ୟସଭା ଟିକେଟ...ପୁରୁଣାଙ୍କୁ କଲା ରିପିଟ୍...କ’ଣ ହୋଇପାରେ କାରଣ

ସାତ କେନ୍ଦ୍ରମନ୍ତ୍ରୀଙ୍କର ରାଜ୍ୟସଭା ଟିକେଟ କାଟିଲା ବିଜେପି । ଆସନ୍ତା ଏପ୍ରିଲରେ ଶେଷ ହେବାକୁ ଥିବା ସାତଜଣ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପାଇଁ ପୁନଃମନୋନୀତ କରାଯାଇନାହିଁ ।

Bharat Bandh
ଫେବ୍ରୁଆରୀ ୧୬ ରେ ଭାରତ ବନ୍ଦ: ଜାଣନ୍ତୁ, କେଉଁ କେଉଁ କ୍ଷେତ୍ରରେ କ’ଣ ପଡ଼ିବ ପ୍ରଭାବ...

ଆସନ୍ତାକାଲି ଭାରତ ବନ୍ଦ । ପଞ୍ଜାବରୁ ଯାଉଥିବା ଶତାଧିକ ଚାଷୀଙ୍କୁ ଅମ୍ବାଲା ନିକଟ ହରିୟାଣା ସୀମାରେ ଅଟକାଇ ଦିଆଯାଇଥିବା ବେଳେ ଭାରତ ବନ୍ଦର ଡାକରା ଆସିଛି ।

Exam
ଆପଣ ଯୁକ୍ତ ଦୁଇ ପରୀକ୍ଷା ଦେଉଛନ୍ତି କି, ଜାଣନ୍ତୁ କ’ଣ ରହିଛି ନିୟମାବଳୀ...

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି ।

Saraswati puja
ଉଠିଲା ବିବାଦ, ବଦଳିଲା ମୂର୍ତ୍ତି, ବିନା ଶାଢ଼ିରେ ପୂଜା ପାଇଥାଆନ୍ତେ ଦେବୀ ସରସ୍ୱତୀ

ମାଆଙ୍କୁ ଅପମାନ । ଗତକାଲି ସରସ୍ୱତୀ ପୂଜା ଥିଲା । ପୂଜା ଆରମ୍ଭ ହେବା ପରେ ମୂର୍ତ୍ତିକୁ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ । ପାଲଟି ଯାଇଥିଲେ ନିର୍ବାକ । ଭାରତୀୟ ପୋଷାକରେ ନଥିଲେ ଦେବୀ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।