ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ ବୋଲି ସୂଚନା ରହିଛି ।
ଏହିସବୁ ବେଆଇନ୍ ଲୋନ୍ ଆପ୍କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।
ମଞ୍ଚେଶ୍ୱର ଥାନା ଅଞ୍ଚଳର ସରକାରୀ ଜାଗାରେ ଘର ଥିଲା । ଆଜି ପୋଲିସ ପ୍ରଶାସନ ଆସି ବୁଲ୍ଡୋଜରରେ ଭାଙ୍ଗିଲା ଘର ।
ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।
କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କଲେଜରେ ରାଗିଂ ହେଉଥିବା ନେଇ କୌଣସି ପିଲା କହିନାହାନ୍ତି ।
ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।
କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଳା ଦରଜ, ଅଣନିସ୍ୱାଶୀ ଲାଗିବା, ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।
ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।
୧୩ରେ ରାଷ୍ଟ୍ରପତି ଗୋଟାବାୟାଙ୍କ ଗାଦି ଛାଡିବା ପୂର୍ବରୁ ବଢୁଛି ଉତ୍କଣ୍ଠା । ଆନ୍ଦୋଳନକାରୀ କହିଲେ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ହିଁ ଘରକୁ ଯିବୁ ।
ସୂର୍ଯ୍ୟକୁମାର ଯାଦବ ଏହି ଟି -୨୦ରେ ଶତକ ହାସଲ କରିବା ପରେ, ସୋସିଆଲ ମିଡିଆରେ ଏକ ପୁରୁଣା ପୋଷ୍ଟ ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି ।
କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେଣୁ ସେ ଇଡିକୁ ୪ ସପ୍ତାହର ସମୟ ମାଗିଥିଲେ । ଏହି ସମୟ ୨୨ ଜୁଲାଇରେ ଶେଷ ହେବାକୁ ଯାଉଛି ।
ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।
ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।
ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।
ସମର୍ଥନ ଯୋଗାଡ଼ରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜନ୍ମ ମାଟି ଓ଼ଡିଶାରେ ବିଜେପି ଓ ବିଜେଡିର ଭବ୍ୟ ସ୍ୱାଗତ ।
ଆତତାୟୀ ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ପରଲୋକ । ଆବେଙ୍କ ନିଧନରେ ମର୍ମାହତ-ନରେନ୍ଦ୍ର ମୋଦି ।
ମନ୍ଦିର ତୁଲ୍ୟ ସ୍କୁଲ ଭିତରେ ପଶି ଆତଙ୍କ ଖେଳାଇଥିବା ଏହି ବ୍ୟକ୍ତି ଜଣକ ନାଁ ହେଉଛି ଆକବର । ସେ ଖଣ୍ଡା ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ଝିଅର ସ୍କୁଲ ୟୁନିଫର୍ମ ବିଷୟରେ ପଚାରିବା ସହ ଧମକ ମଧ୍ୟ ଦେଇଛି ।
ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି ।
ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନରେ ୯ ଜୁଲାଇ (ଶନିବାର) ଦିନ ଜାତୀୟ ଶୋକ ପାଳନ ନେଇ ଘୋଷଣା କରାଯାଇଛି ।
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରାଜ୍ୟ ନେତାଙ୍କୁ ଭୋଟ ମାଗିଛନ୍ତି ଦ୍ରୌପଦୀ । ପ୍ରଥମେ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।