• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଟିଭିରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଖୁବଶୀଘ୍ର ମହେନ୍ଦ୍ରତନୟା ନଦୀର ଜାମୁଗଣ୍ଡ ଉପରେ ଲୁହାରେ ହେବ ପୋଲ ନିର୍ମାଣ । ପ୍ରଶାସନ ନେଇଛି ପଦକ୍ଷେପ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି ।

ପାତ୍ରପୁର ବ୍ଲକ ବୁରାତାଲ ଗାଁର ପିଲାମାନେ ଜାମୁଗଣ୍ଡ ପାର୍ ହୋଇ ସ୍କୁଲ ଆସନ୍ତି । ତେବେ ଶୁକ୍ରବାର ଦିନ ସ୍କୁଲରୁ ଫେରିବାବେଳେ ବର୍ଷା ହୋଇ ଜାମୁଗଣ୍ଡରେ ପାଣି ଆସିଯାଇଥିଲା ଫଳରେ ଗାଁ ଲୋକେ ଜାମୁଗଣ୍ଡ ଉପରେ ଏକ ତାର ଟାଣି ଦେବାରୁ ପିଲାମାନେ ତାକୁ ଧରି ନଦୀ ପାର୍ ହୋଇଥିଲେ । ଏନେଇ ଖବର ପ୍ରସାରଣ ପରେ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପାତ୍ରପୁର ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ପାତ୍ରପୁର ବିଡିଓ ପ୍ରକାଶ ଚନ୍ଦ୍ର ଦାସ, ତହସିଲଦାର ଅମିତ ନାୟକ ଓ ଜରଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ । ଏହାପରେ ଜାମୁଗଣ୍ଡ ଉପରେ ଗୋଟିଏ ଲୁହା ପୋଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

ଓଟିଭିରେ ଦିନକ ପୂର୍ବରୁ ବାଜିଥିବା ଖବର ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ । ଆଉ ପଢ଼ନ୍ତୁ ପୁରା ଖବର ।

ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଏହା ସହ ଦେଖନ୍ତୁ ଭିଡିଓ..  Sans bridge, students in Ganjam cross river risking their lives | Special Story