• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଣ ହେବ ଶ୍ରୀଲଙ୍କାର ଭବିଷ୍ୟତ ? ଅର୍ଥସଂକଟ ସହ ଜୁଝୁଥିବା ଦ୍ୱୀପ ରାଷ୍ଟ୍ରରେ ଫେରିଆସିବ କି ରାଜନୈତିକ ସ୍ଥିରତା ? ଟ୍ରାକ୍‌କୁ ଫେରି ପାରିବ କି ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି ? ଆସନ୍ତା ୧୩ ତାରିଖରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଇସ୍ତଫା ପୂର୍ବରୁ ସୃଷ୍ଟି ହୋଇଛି ଏମିତି ଅନେକ ପ୍ରଶ୍ନ । ସେପଟେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ଲାଗି ହୋଇଛି ଜୋରଦାର ଉଦ୍ୟମ । ସରକାର ଗଠନି ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ । ଆଜି ସକାଳେ ତାଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ଅନ୍ତରୀଣ ସରକାର ଗଠନ ଲାଗି ସହମତି ହୋଇଥିଲା ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପୁରା କ୍ୟାବିନେଟ୍ ଇସ୍ତଫା ଦେବାକୁ ରାଜି ଥିଲେ ମଧ୍ୟ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ୟାଲେସ ଓ ପ୍ରଧାନମନ୍ତ୍ରୀ ବାସଗୃହକୁ କବ୍‌ଜାରେ ରଖିଥିବା ଆନ୍ଦୋଳନକାରୀ । ଗୋଟାବାୟ ଗାଦି ଛାଡିସାରିବା ପରେ ହିଁ ସେମାନେ ଘରକୁ ଯିବେ ବୋଲି କହିଛନ୍ତି । ଆଜି ରାଷ୍ଟ୍ରପତି ପ୍ୟାଲେସ୍‌ରେ ଆନ୍ଦୋଳନକାରୀଙ୍କ ମକ୍ କ୍ୟାବିନେଟ୍ ବୈଠକ ହୋଇଥିଲା । ଦେଶର ଋଣ ସ୍ଥିତି, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବେଲ୍-ଆଉଟ୍ ପ୍ୟାକେଜ୍ ସଂପର୍କରେ ଏଥିରେ ଆଲୋଚନା କରାଯାଇଛି । ପୂର୍ବତନ କ୍ରିକେଟର ସନଥ୍ ଜୟସୁରୀୟା ବି ଆନ୍ଦୋନକାରୀଙ୍କ ଗହଣରେ ରହିଛନ୍ତି ।

ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଏ ପର୍ଯ୍ୟନ୍ତ ପ୍ରାଶାସନିକ ଦାୟିତ୍ୱ ଛାଡିନାହାନ୍ତି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସହ ଆର୍ଥିକ ସହାୟତା ଡିଲ୍ ହେବାକୁ ଥିବାରୁ ପ୍ରାଶାସନିକ ପ୍ରକ୍ରିୟାକୁ ଆଗକୁ ବଢାଇବାକୁ ପଡିବ ବୋଲି ସେ କହିଛନ୍ତି । ଏପଟେ ଅଜ୍ଞାତବାସରେ ଥିବା ରାଷ୍ଟ୍ରପତି ଗୋଟାବାୟ ଆଜି ପୁଣି ଆକ୍ସନ ମୋଡ୍‌କୁ ଆସିଛନ୍ତି । ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ପ୍ରକ୍ରିୟା ସ୍ୱାଭାବିକ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।