• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ରେ ଭାରତୀୟ ଦଳ ପାଇଁ ସୂର୍ଯ୍ୟକୁମାର ଯାଦବ ଏକ ନୂତନ ଆଶା ଭାବରେ ଉଭା ହୋଇଛନ୍ତି । ରବିବାର ନଟିଂହାମରେ ଇଂଲଣ୍ଡ ବିପକ୍ଷ ତୃତୀୟ ଟି -୨୦ ଅନ୍ତର୍ଜାତୀୟରେ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ୧୧୭ ରନର ଜବରଦସ୍ତ ଇନିଂସ ଖେଳିଥିଲେ । ଯଦିଓ ଟିମ୍‌ ଇଣ୍ଡିଆ ୧୭ ରନ୍‌ରେ ମ୍ୟାଚ୍ ପରାଜିତ ହୋଇଛି, କିନ୍ତୁ ସୂର୍ଯ୍ୟକୁମାର ନିଜ ଜବରଦସ୍ତ ଇନିଂସ ପାଇଁ ଭାରତୀୟ ପ୍ୟାନ୍‌ମାନଙ୍କ ହୃଦୟ ଜିତିପାରିଛନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଲା, ସୂର୍ଯ୍ୟକୁମାର ଯାଦବ ଏହି ଟି -୨୦ରେ ଶତକ ହାସଲ କରିବା ପରେ, ସୋସିଆଲ ମିଡିଆରେ ଏକ ପୁରୁଣା ପୋଷ୍ଟ ଜବରଦସ୍ତ ଭାବେ ଭାଇରାଲ ହେବାରେ ଲାଗିଛି । ଆଉ ତାହା ହେଉଛି, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ୧୦ ବର୍ଷ ପୁରୁଣା ଟ୍ୱିଟ୍‌ ।

୧୦ ଡିସେମ୍ବର ୨୦୧୧ରେ ରୋହିତ ଟ୍ୱିଟ୍‌ କରିଥିଲେ ଯେ, 'ଚେନ୍ନାଇରେ ବିସିସିଆଇର ପୁରସ୍କାର ବିତରଣ ସମାରୋହ ଶେଷ ହୋଇଛି । କିଛି ଭଲ କ୍ରିକେଟର ସାମ୍ନାକୁ ଆସିବେ । ଭବିଷ୍ୟତରେ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ମଧ୍ୟ ଚମତ୍କାର ଖେଳ ପ୍ରଦର୍ଶନ କରିବେ ।’ ତେବେ ଏଥିରୁ ସ୍ପଷ୍ଟ ଯେ, ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତିଭାକୁ ରୋହିତ ଶର୍ମା ବହୁତ ପୂର୍ବରୁ ଚିହ୍ନି ସାରିଥିଲେ ।

 

ଟି -୨୦ରେ ଭାରତ ପାଇଁ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ୫ମ ବ୍ୟାଟ୍ସମ୍ୟାନ୍ । ସୂର୍ଯ୍ୟକୁମାରଙ୍କ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା, କେ.ଏଲ୍ ରାହୁଲ, ସୁରେଶ ରାଇନା ଏବଂ ଦୀପକ ହୁଡ୍ଡା ଏହି କୀର୍ତ୍ତିମାନ କରିବାରେ ସକ୍ଷମ ହୋଇଥିଲେ । ଟି -୨୦ ଇଣ୍ଟରନ୍ୟାସନାଲରେ ରୋହିତ ଶର୍ମା ୪ଟି ଏବଂ କେଏଲ ରାହୁଲ ୨ ଶତକ ହାସଲ କରିସାରିଛନ୍ତି । ଅନ୍ୟପଟେ ସୁରେଶ ରାଇନା ଏବଂ ହୁଡ୍ଡା ଗୋଟିଏ ଲେଖାଏଁ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।