ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।
ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।
ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।
ସୁଡାନ୍ରୁ ଇଥୋପିଆ ଯାଉଥିବା ଇଥୋପିଆନ୍ ଏୟାରଲାଇନ୍ସର ଫ୍ଲାଇଟ୍ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।
SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C
କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଆଜି ସକାଳେ CBI ରେଡ୍ କରିଥିଲା । ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିଲା ।
ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ ।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ।
ପରବର୍ତ୍ତୀ ନିର୍ବାଚନରେ ଭୋଟ୍ ଦେବେ ଅଣ-କାଶ୍ମୀରୀ । ଆରମ୍ଭ ହୋଇଛି ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ।
ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ।
ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।
କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।
ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।
ଏମିତିକି ଲୋକେ କେତେ କ’ଣ କହିଗଲେ ଓ ସୋସିଆଲ ମିଡିଆରେ ପୋଷ୍ଟ କରି ଚାଲିଲେ ।
ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଲେ ।
ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।