• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ୟା ସ୍ଥିତି ଓ ତାର ମୁକାବିଲା ପ୍ରସ୍ତୁତି ନେଇ SRC ଦେଲେ ସୂଚନା । କହିଲେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିଛି । ପଶ୍ଚିମବଙ୍ଗର ଦୀଘା ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିଛି । ଏବେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଏହାର ପ୍ରଭାବରେ ଉତ୍ତର ବାଲେଶ୍ୱରରେ ବର୍ଷା ଲାଗି ରହିଛି ।

ସେହିଭଳି ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି । ଏମିତିକି ଜିଲ୍ଲାପାଳମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ବାଲେଶ୍ୱରକୁ ୨ NDRF ଓ ୨ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ବାଲେଶ୍ୱରରେ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତଳିଆ ଅଞ୍ଚଳରୁ ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା SRC ସୂଚନା ଦେଇଛନ୍ତି ।

ଅନ୍ୟପଟେ ମୁଣ୍ଡଳିରେ ଜଳସ୍ତର ଧିରେ ଧିରେ କମୁଛି । ମହାନଦୀରେ ଜଳସ୍ତର ବୃଦ୍ଧିର ଆଶଙ୍କା ନାହିଁ ବୋଲି କହିଛନ୍ତି SRC । ଏମିତିକି ଆଉ କୌଣସି ଠାରେ ନୂଆ ଘାଇ ସୃଷ୍ଟି ହୋଇନଥିବା ସେ କହିଛନ୍ତି ।