• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧ ନମ୍ବର ଅଭିଯୁକ୍ତ ଦର୍ଶାଇଲା CBI । ଲିକର ପଲିସି ଘଟଣାକୁ ନେଇ ରେଡ୍ ଅବସରରେ CBI କହିଲା ମନୀଷ ସିସୋଦିଆ ହେଉଛନ୍ତି ୧ ନମ୍ବର ଅଭିଯୁକ୍ତ । ସିବିଆଇ ଯେଉଁ ଏତଲା ଦାୟର କରିଛି ସେଥିରେ ମନୀଷ ସିସୋଦିଆଙ୍କ ସହ ୧୫ ଜଣ ଅଭିଯୁକ୍ତଙ୍କ ନାଁ ରହିଛି ।

ଏହି ଘଟଣାରେ ତତ୍କାଳୀନ ଅବକାରୀ କମିଶନର ଏ.ଜି କ୍ରୀଷ୍ଣା ହେଉଛନ୍ତି ୨ ନମ୍ବର ଅଭିଯୁକ୍ତ । ଅଭିଯୁକ୍ତମାନେ ମନଇଚ୍ଛା ଅବକାରୀ ନୀତି ବଦଳାଇଥିବା ନେଇ ଅଭିଯୋଗ ହୋଇଛି । ଲିଜ୍‌ଧାରୀଙ୍କୁ ସୁହାଇଲା ଭଳି ନୀତି ଆପଣାଇଥିବା ଏତଲାରେ ଉଲ୍ଲେଖ କରିଛି ସିବିଆଇ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଆଜି ସକାଳେ CBI ରେଡ୍ କରିଥିଲା । ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିଲା । ମନୀଷ ସିସୋଦିଆଙ୍କ ଘର ସମେତ ଦିଲ୍ଲୀ- ଏନସିଆରରେ ୨୧ଟି ସ୍ଥାନରେ ଏକକାଳୀନ ଚଢଉ କରାଯାଥିଲା । ଦିଲ୍ଲୀ ଅବକାରୀ କମିଶନର ଗୋପୀ କ୍ରିଷ୍ଣାଙ୍କ ଘରେ ମଧ୍ୟ ଚଢଉ କରିଥିଲା ସିବିଆଇ । ସିସୋଦିଆ ତଦନ୍ତ ବେଳେ ସହଯୋଗ କରିବେ ବୋଲି କହିଥିଲେ ।

ରେଡ୍‌ ନେଇ ମନୀଷ ସିସୋଦିଆ ଟ୍ୱିଟ୍‌ କରି ନିଜେ ସୂଚନା ଦେଇଥିଲେ । ଟ୍ୱିଟ୍‌ ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଦିଲ୍ଲୀ ସରକାରଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭଲ କାମ କରିବା ବନ୍ଦ କରାଯାଉଛି । ସେମାନେ କୌଣସି ତଥ୍ୟ ପାଇବେ ନାହିଁ, ବିଚାର ବେଳେ ସତ୍ୟ ପଦାକୁ ଆସିବ ବୋଲି ନିଜ ଟ୍ୱିଟ୍‌ରେ ଲେଖିଛନ୍ତି ସିସୋଦିଆ । ସେପଟେ ତଦନ୍ତକୁ ସ୍ୱାଗତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଗତବର୍ଷ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା । ଏଥିରେ ୩୨ଟି ଜୋନ ପାଇଁ ୮୪୯ ଜଣ ଦୋକାନୀଙ୍କୁ ନିଲାମ ଦିଆଯାଇଥିଲା । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବେଳେ ବିଭିନ୍ନ ନିୟମର ଉଲ୍ଲଂଘନ ନେଇ ଅଭିଯୋଗ ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭୀନାଇ କୁମାର ସକ୍ସସେନା ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୂଆ ଅବକାରୀ ନୀତିକୁ ୬ମାସ ପାଇଁ ପ୍ରତ୍ୟାହାର କରାଯାଇଥିଲା ।