ବନ୍ୟାଞ୍ଚଳରେ ପାଣି କମୁଛି, ହେଲେ ପିଇବା ପାଣିକୁ ନେଇ ଚିନ୍ତା ବଢୁଛି । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ଆଜିକୁ ୪-୫ ଦିନ ଧରି ବନ୍ୟାରେ ଭାସୁଥିବାରୁ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ଦେଖାଦେଇଛି ଉତ୍କଟ ଅଭାବ । ପ୍ରଭାବିତ ଅଞ୍ଚଳରେ କୂଅ ଓ ନଳକୂଅ ପାଣିରେ ବୁଡ଼ିଥିବା ଏବଂ ବିଜୁଳି ନଥିବାରୁ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।
Published: Satyendu Shekher Mishra
Last updated: 19 August 2022, 10:07 PM IST
ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।