Advertisment

ବିହାରରେ ଦୁର୍ବୃତ୍ତଙ୍କ ଭୟଙ୍କର କାରନାମା, ପ୍ରଶାସନର ନାକ ତଳେ ଚାଲିଥିଲା ନକଲି ଥାନା

ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Fake Police Station

Fake Police Station

ବିହାରରେ ଚାଲିଛି ନକଲି ପୋଲିସ ଥାନା । ଦିନେ କି ଦୁଇ ଦିନ ନୁହେଁ ୮ ମାସ ହେଲା ଚାଲିଛି ନକଲି ପୋଲିସ ଥାନା । ଆମ ଦେଶରେ ଆପଣ ଅନେକ ପ୍ରକାର ଫ୍ରଡ୍‌ ଦେଖିଥିବେ । ହେଲେ ଆମେ ଆଜି ଯେଉଁ ଫ୍ରଡ୍ ବା ଠକାମୀ କଥା କହିବୁ ସେନେଇ କିନ୍ତୁ ଆପଣ କେବେ ଆଗରୁ ଶୁଣିନଥିବେ ।

Advertisment

ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ । ତେବେ ସହର ଭିତରେ ପ୍ରଶାସନର ନାକ ତଳେ ଏଭଳି ଫ୍ରଡ୍‌ କରିବାକୁ ସେମାନଙ୍କର ସାହସ ଆସିଲା କେଉଁଠୁ ? କିଏ ଏମାନଙ୍କ ପଛରେ ରହିଛି ? କୌଣସି ରାନନୈତିକ ନେତା ନା ବଡ଼ ବଡ଼ିଆ ଏହାକୁ ଅପରେଟ୍ କରୁଥିଲେ ? ସେନେଇ ଏବେ ଖୋଳତାଡ଼ ଚାଲିଛି । କେହି କେହି କହୁଛନ୍ତି, ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ କାମ କରୁଛି । ତେଣୁ ସବୁ ଜାଣି ବି ପ୍ରଶାସନ ଆଖି ବୁଜି ଦେଇଥିଲା ।

ଏହି ନକଲି ପୋଲିସ ଷ୍ଟେସନର ସବୁ ସଦସ୍ୟମାନେ ଅବିକଳ ପୋଲିସ ପୋଷାକ ପିନ୍ଧିବା ସହ ସତସତିକା ବ୍ୟାଚ୍‌ ଏବଂ ରାଙ୍କ ମେଡାଲ ମଧ୍ୟ ପିନ୍ଧୁଥିଲେ । ଖାଲି ସେତିକି ନୁହେଁ ସେମାନଙ୍କ ପାଖରେ ଅସଲି ବନ୍ଧୁକ ମଧ୍ୟ ରହିଥିଲା । ଏନେଇ ଜଣେ ସ୍ଥାନୀୟ ଅଞ୍ଚଳର ସତସତିକା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସହର ମଝିରେ ପୋଲିସ ମୁଖ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ହୋଟେଲ୍‌ରେ ଏହି ନକଲି ପୋଲିସ ଷ୍ଟେସନ ଚାଲିଥିଲା ।

Advertisment

ଏହି ପୋଲିସ ଷ୍ଟେସନ ଦେଖିବାକୁ ଅବକଳ ସତ ପୋଲିସ ଷ୍ଟେସନ ଭଳି ସଜା ଯାଇଥିଲା । ଯେକେହି ବି ଦେଖି ଏହାକୁ ଥାନା ବୋଲି ହିଁ ଭାବିବ, ଏମିତିକି ମନରେ ଟିକିଏ ବି ସନ୍ଦେହ ହେବ ନାହଁ । ଏହି ନକଲି ଥାନକୁ ଯେଉଁମାନେ ଅଭିଯୋଗ ଦାଖଲ କରିବାକୁ ଆସୁଥିଲେ ସେମାନଙ୍କଠାରୁ ମୋଟା ଅଙ୍କର ହାତ ଗୁଞ୍ଜା ମଧ୍ୟ ଗ୍ରହଣ କରୁଥିଲେ ଏହି ନକଲି ଥାନା ଅଧିକାରୀ । ଏଭଳି ଶତାଧିକ ଲୋକଙ୍କଠାରୁ ମିଛ କହି ସେମାନେ ବିପୁଳ ମାତ୍ରାରେ ଟଙ୍କା ଲୁଟ୍‌ କରିଛନ୍ତି । ଖାଲି ସେତିକି ନୁହେଁ କିଛି ଲୋକଙ୍କଠାରୁ ପୋଲିସରେ ଚାକିରି କରାଇଦେବେ କହି ମଧ୍ୟ ଟଙ୍କା ନେଇଛନ୍ତି ।

ତେବେ ଠକାମୀର ଆଉ ଏକ ସ୍ତର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପାଖ ଗାଁର କିଛି ଲୋକଙ୍କୁ ଏହି ଠକ ମାନେ ଦିନ ମଜୁରି ହିସାବରେ ୫୦୦ ଟଙ୍କା ଦେଇ ଥାନାରେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରାଇଥାନ୍ତି । କେତେବେଳେ କାହାକୁ ଅଭିଯୋଗକାରୀ ଭାବେ ଅଭିନୟ କରାନ୍ତି ତ କେତେବେଳେ ଅଭିଯୁକ୍ତ ଭାବେ ତାଙ୍କୁ ଅଭିନୟ କରିବାକୁ ପଡ଼ିଥାଏ ।

ତେବେ ଏଭଳି କିଛି ଦିନ ଚାଲିବା ପରେ ଜଣେ ସତ ପୋଲିସ ଅଧିକାରୀ ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖି ସନ୍ଦେହ କରିଥିଲେ । ସେମାନେ ବ୍ୟବହାର କରୁଥିବା ବନ୍ଧୁକ ଲୋକାଲ ମେଡ୍‌ ଥିଲା । ପୋଲିସମାନଙ୍କୁ ସରକାର ଯେଉଁ ବନ୍ଧୁକ ଦେଇଥାନ୍ତି, ତାଠାରୁ ଏହି ୨ ସନ୍ଦିଗ୍ଧ ବ୍ୟକ୍ତି ଧରିଥିବା ବନ୍ଧୁକ ସମ୍ପୂର୍ଣ୍ଣ ଭିନ୍ନ ବା ଲୋକାଲ ମେଡ୍‌ ଥିଲା ।

ଜଣେ ସତ ପୋଲିସ ଅଧିକାରୀ ଶ୍ରୀ ଶ୍ରୀବାସ୍ତବଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ୬ ଜଣଙ୍କୁ ପୋଲିସ ଗିରଫ କରିଛି । ସେଥିରେ ଦୁଇ ଜଣ ମହିଳା ସଦସ୍ୟ ମଧ୍ୟ ରହିଛନ୍ତି । କିନ୍ତୁ ଏହି ବଡ଼ ପ୍ଲାନ୍‌ର ରିଙ୍ଗ୍‌ ମାଷ୍ଟର ଏବେ ବି ଫେରାର ରହିଛି । ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଠକମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୪ଟି ପୋଲିସ ପୋଷାକ, ୫୦୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଆବେଦନ ଫର୍ମ, ୪୦ ଭୋଟର କାର୍ଡ, ବ୍ୟାଙ୍କ ଚେକ୍‌ବୁକ୍‌, ୫ଟି ମୋବାଇଲ ଫୋନ୍‌, ଜନତା ଦଳର ଜିଲ୍ଲା ସଭାପତି ଅଳକା କୁମାରୀଙ୍କ ଏକ ଷ୍ଟାମ୍ପ, ନକଲି ପରିଚୟ ପତ୍ର ଏବଂ ଅନ୍ୟନ୍ୟା ସାମଗ୍ରୀ ଜବତ ହୋଇଛି ।

Fraud Fake Police Station
Advertisment
Advertisment