• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋ ଫୁଲେଇକୁ ଆଉ ମୋତେ ବଞ୍ଚିବାକୁ ଦେଲେନି । ଆମ ଦୁଇ ଜଣଙ୍କ ମରିବାର କାରଣ ହେଉଛି ପିଣ୍ଟୁଆ । ମୃତ୍ୟୁ ପରେ ନ୍ୟାୟ ଦେବାକୁ ଗ୍ରୁପର ସାଙ୍ଗମାନେ ଶେୟାର କରନ୍ତୁ ଓ ନ୍ୟାୟ ମିଳୁ । ମୃତ୍ୟୁ ପୂର୍ବରୁ ଏହା ହେଲା ପ୍ରେମିକଙ୍କ ମେସେଜ । ସେହିପରି ମୃତ୍ୟୁ ପୂର୍ବରୁ ପ୍ରେମିକା ମଧ୍ୟ ଏପରି କିଛି କଥା କହିଛି । ଆମ ମରିବାର କାରଣ ହେଉଛି ପିଣ୍ଟୁ ଭାଇ । ସେ ମୋ ସହ ବହୁତ ଖରାପ ବ୍ୟବହାର କରିଛନ୍ତି । ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ତାଙ୍କୁ ଯେମିତି ହେଲେ ଦଣ୍ଡ ମିଳିବା ଦରକାର । ଦୁନିଆର ଆଉ କେଉଁ ପୁଅ ଝିଅ ସହ ଏପରି ଯେପରି ନହେବ ସେଥିପାଇଁ ଉଭୟେ ଆକୁଳ ନିବେଦନ କରିଛନ୍ତି ।

ବ୍ଲାକମେଲିଂ ପାଇଁ ଆତ୍ମହତ୍ୟା । ମୃତ ପ୍ରେମିକ ଯୁଗଳଙ୍କ ଅଡ଼ିଓ ଏବେ ଭାଇରାଲ୍ ହେଉଛି । ନ୍ୟାୟ ମାଗୁଛନ୍ତି ମୃତ ପ୍ରେମିକପ୍ରେମିକା । ଅତ୍ୟାଚାର ଅସହ୍ୟ ହେବାରୁ ଆତ୍ମହତ୍ୟା କରିବାର ବାଟକୁ ‍ବାଛିନେଲେ ପ୍ରେମୀଯୁଗଳ । ହେଲେ ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ବିରୋଧରେ ସୁରାଗ ଦେଇ ଯାଇଛନ୍ତି । ବର୍ତ୍ତମାନ ଉଭୟଙ୍କୁ ବ୍ଲାକ ମେଲିଂ କରାଯାଉଥିବା ଅଡିଓ ଓ ହ୍ୱାଟସଆପ ଚାଟ ଭାଇରାଲ ହେଉଛି ।

ଧୁଦୁରାନ୍ତ ପଞ୍ଚାୟତ ଗଣପତି ପାଟଣା ଗ୍ରାମରେ ଜଣେ ୧୬ ବର୍ଷୀୟ ଝିଅକୁ ପ୍ରେମ କରୁଥିଲେ ସେହି ଗାଁର ଜଣେ ଯୁବକ । ଆଉ ଏସମ୍ପର୍କରେ ଗାଁର ଆଉ ଜଣେ ଯୁବକ ପ୍ରଦୀପ ଦାଶ ଓରଫ୍‌ ପିଣ୍ଟୁ ଓରଫ ପିଣ୍ଟୁଆ ଜାଣିପାରିଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ କଥା ପ୍ରଘଟ କରାଇବାର ଭୟ ଦେଖାଇ ସେ ଅନେକ ଥର ବ୍ଲାକମେଲିଂ କରିବାକୁ ଉଦ୍ୟମ କରିଥିଲା ।

whats aapରେ ଏହି ଝିଅକୁ ମେସେଜ୍ ଦେଉଥିଲା ଅଭିଯୁକ୍ତ ପିଣ୍ଟୁ ।  ଏପରିକି ଏହି ଝିଅ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା । ମେସେଜ୍ ଦେଇ ବାଧ୍ୟ କରୁଥିଲା । ଗୁହାରୀ କଲେ ମଧ୍ୟ ଶୁଣୁନଥିଲା ସେ । ବାରମ୍ବାର ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା ପରି ବାଟକୁ ବାଛିନେଲେ ପ୍ରେମୀ ଯୁଗଳ । ମୃତ୍ୟୁ ପୂର୍ବ ଦିନ ପ୍ରେମିକପ୍ରେମିକା ପ୍ରଥମେ ଭଏସ ରେକର୍ଡ କରିଥିଲେ । ଆଉ ଗଛରେ ରଶି ଲଗାଇ ଝୁଲି ପଡ଼ିଥିଲେ । ହେଲେ ମରିବାର କାରଣ ପିଣ୍ଟୁଆ ବୋଲି ଉଭୟେ ମୃତ୍ୟୁ ପୂର୍ବରୁ କହିଯାଇଛନ୍ତି । ତେବେ ତାଙ୍କର ସେହି ନ୍ୟାୟ ପାଇଁ ଗୁହାରୀ କରିବାର ଅନୁରୋଧ ଅଡିଓ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏହି ମାମଲାର ତଦନ୍ତ କରାଯାଉଥିବା କହିଛନ୍ତି ଯାଜପୁର ଏସଡିପିଓ।

ଯାଜପୁରରୁ ସଂଜୀବ୍ ନାୟକଙ୍କ ରିପୋର୍ଟ ଓଟିଭି

OTV is now on Whatsapp

Join and get latest news update delivered to you via whatsapp

Join Now