• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କରୋନା କବଳରେ ଆମେରିକା । ଗତ ଦୁଇ ସପ୍ତାହ ଧରି ଆମେରିକାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ସୋମବାର ଦିନ ଆମେରିକାରେ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚାରି ଦିନ ପୂର୍ବରୁ ସେଠାରେ ୫,୯୧,୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ପୂର୍ବରୁ କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।

ସୋମବାର ଦିନ ଆମେରିକାରେ ଦୈନିକ ସଂକ୍ରମଣ ୧୦ ଲକ୍ଷ ପାର ଟପିଛି । ୨୪ ଘଣ୍ଟା ମଧ୍ୟରେ ୧,୦୦୩,୦୪୩ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଏହାପୂର୍ବରୁ ଦ୍ୱିତୀୟ ଲହରୀ ସମୟରେ ଭାରତରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମେ ୨୦୨୧ରେ ଗୋଟିଏ ଦିନରେ ୪ ଲକ୍ଷ ୧୪ ହଜାର ମାମଲା ଆସିଥିଲା ।

ହେଲେ ବର୍ତ୍ତମାନ ଆମେରିକା ଗୋଟିଏ ଦିନ ମଧ୍ୟରେ ୧୦ ମିଲିୟନ୍ ସଂକ୍ରମିତ ଚିହ୍ନଟ ହୋଇ ରେକର୍ଡ ହୋଇଛି । ଆମେରିକାରେ କେତେ ଶୀଘ୍ର କରୋନା ସଂକ୍ରମଣ ବ୍ୟାପୁଛି, ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ସରକାରୀ ତଥ୍ୟ ଅନୁସାରେ ୧୦ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବେସରକାରୀ ଭାବେ କେତେ ସଂକ୍ରମିତ ଚହ୍ନଟ ହୋଇଥିବେ ତାହା ଜଣାପଡ଼ୁଛି । ଆମେରିକାର ଅନେକ ଲୋକ ନିଜ ଘରେ ହିଁ କରୋନା ଟେଷ୍ଟ କରୁଛନ୍ତି । ରିପୋର୍ଟ ପଜିଟିଭ ଆସିଲେ ମଧ୍ୟ ଅନେକ ସରକାରଙ୍କୁ ନଜଣାଇ ମେଡିସିନ ଖାଇ ସୁସ୍ଥ ହୋଇ ଯାଉଛନ୍ତି । ତେଣୁ ସ୍ପଷ୍ଟ ଚିତ୍ର ମିଳି ପାରୁନାହିଁ । 

ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ପରାମର୍ଶଦାତା ଡକ୍ଟର ଆଣ୍ଟୋନି ଫାଉସି କହିଛନ୍ତି ଓମିକ୍ରନ୍ କାରଣରୁ ଆମେରିକାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହେଲେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଶିଖର ଛୁଇଁନାହିଁ  । ଆମେରିକାରେ ମୃତ୍ୟୁ ଓ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା ପୂର୍ବ ଅପେକ୍ଷା ବହୁତ କମ୍ ରହିଛି । ଆଗକୁ ସ୍ଥିତି ବିଗିଡ଼ିପାରେ ବୋଲି ସେ କହିଛନ୍ତି ।