• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନ୍ଦିର ପରିସରରେ ୧୨ଜଣ ଭକ୍ତଙ୍କ ମୃତ୍ୟୁ ପରେ ବୈଷ୍ଣୋ ଦେବୀଙ୍କ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଶ୍ରଦ୍ଧାଳୁ ଯାତ୍ରା ପାଇଁ ଅନଲାଇନ୍ ବୁକିଂ କରିପାରିବେ । ଅଫଲାଇନ୍ ବୁକିଂ ସିଷ୍ଟମ୍ ଶେଷ କରାଯାଇଛି । ତେବେ ୧୩ କିଲୋମିଟର ଟ୍ରାକିଂ ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ବୁକିଂ କରାଯାଇପାରିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବହୁ ସଂଖ୍ୟକ ଲୋକ କଟରା ପହଞ୍ଚିବା ପରେ ଅଫଲାଇନ୍ ସ୍ଲିପ୍ ନେଉଥିଲେ । ହାରାହାରି ୨୮୦୦୦ ଲୋକ କଟରା ପହଞ୍ଚିବା ପରେ ହିଁ ଦର୍ଶନ ପାଇଁ ବୁକ୍ କରୁଥିଲେ । ଅନଲାଇନ୍ ବୁକିଂର ସୁବିଧା କେବଳ ୨୦୦୦ ଲୋକଙ୍କ ପାଇଁ ଉପଲବ୍ଧ ଥିଲା ।

ଭିଡ଼ ନିୟନ୍ତ୍ରଣ ପାଇଁ ତୁରନ୍ତ କିଛି ଜରୁରୀ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକ ଥିଲା ବୋଲି ରବିବାର ଦିନ ବୋର୍ଡ ଦ୍ୱାରା ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି । ଏହି ପଦକ୍ଷେପ ପରେ ଭିଡ଼ ପରିଚାଳନା ହେବ, ଢ଼ାଞ୍ଚା ଉପରେ ଅଧିକ ଚାପ ରହିବ ନାହିଁ । ଏହା ସହିତ ଅନଲାଇନରେ ଟିକେଟ୍ ବୁକ୍ କରିବା, ଟ୍ରାକକୁ ସଜାଡିବା ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ମାର୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ପୃଥକ କରିବା ଆଦି ପଦକ୍ଷେପ ମଧ୍ୟ ନିଆଯାଇଛି । ଦଳାଚକଟା ପରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବୋର୍ଡକୁ ସମାଲୋଚନା କହିଥିଲେ । ଗୋଟିଏ ଦିନରେ ୨୫୦୦୦ ରୁ ଅଧିକ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା କଥା ନୁହେଁ ବୋଲି କୁହାଯାଇଥିଲା ।

ଶନିବାର ହୋଇଥିବା ଦଳାଚକଟାର ପ୍ରଭାବ ରବିବାର ଦିନ ଦେଖିବାକୁ ମିଳିଥିଲା । ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା କମ୍ ଥିଲା । ଏହାପୂର୍ବରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବହୁ ସଂଖ୍ୟକ ଦର୍ଶକ ଦର୍ଶନ ପାଇଁ ପହଞ୍ଚିଥିଲେ । ଅଫଲାଇନ୍ ବୁକିଂ ହେତୁ ଟିକେଟ୍ କାଉଣ୍ଟରରେ ବହୁତ ଭିଡ଼ ଜମିଥିଲା । ଏହି କାରଣରୁ ବିଶୃଙ୍ଖଳା ହୋଇଥିଲା । ଦୁର୍ଘଟଣା ପରେ ଭବିଷ୍ୟତରେ ଏପରି କୌଣସି ଅଘଟଣକୁ ଏଡ଼ାଇବା ପାଇଁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ ନୂଆ ବର୍ଷ ଦିନ ଜମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ହୋଇଥିଲା । ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଭକ୍ତମାନଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ ଯୁକ୍ତିତର୍କ ହେବା ପରେ ଠେଲାପେଲା ହୋଇଥିଲା । ଯାହା ଫଳରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା ।