Advertisment

ମୋଦିଙ୍କୁ ଅହଙ୍କାରୀ କହିଲେ ମେଘାଳୟ ରାଜ୍ୟପାଳ

ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଭେଟିଥିଲେ। ତେବେ ଏହି ସମୟରେ ମୋଦିଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।

author-image
Prangyan Parimita
Governor Satya Pal Malik with PM Modi.

Governor Satya Pal Malik with PM Modi.

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରରେ ପରିପୂର୍ଣ୍ଣ ’। ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଚାଷୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ମୋଦିଙ୍କୁ କିଛି ଦିନ ତଳେ ଭେଟିଥିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ । ହେଲେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଠାରେ ଗର୍ବ ଭାବ ଜଳ ଜଳ ଦେଖାଯାଉଥିଲା । ଏପରିକି ମୋଦିଙ୍କ ଆଚରଣ ଏତେ ଖରାପ ଥିଲା ଯେ ପାଞ୍ଚ ମିନିଟ ମଧ୍ୟରେ ଝଗଡ଼ା ହୋଇଗଲା । ଆଉ ସେ ବାଧ୍ୟ ହୋଇ ସେଠାରୁ ଚାଲିଗଲେ ବୋଲି କହିଛନ୍ତି ।

Advertisment

ରବିବାର ଦିନ ହରିୟାଣାର ଦାଦ୍ରିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ସତ୍ୟପାଲ ମଲିକ । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଥିଲେ । ଆଉ ସେହି ସମୟରେ ସେ ମୋଦିଙ୍କ ସମ୍ପର୍କରେ ଏହି ଟିପ୍ପଣୀ ଦେଇଛନ୍ତି । କୃଷି ଆଇନ ପ୍ରତ୍ୟାହାର ପାଇଁ କୃଷକଙ୍କ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମେଘାଳୟ ରାଜ୍ୟପାଳ । ହେଲେ ଆଲୋଚନା କରି ସମସ୍ୟାର ସମାଧାନ କ’ଣ ବାହାର କରିବେ, ମାତ୍ର ପାଞ୍ଚ ମିନିଟ୍‌ରେ ତାଙ୍କ ସହ ଝଗଡ଼ା ହୋଇଗଲା । ତାଙ୍କ ଠାରେ ଅହଙ୍କାର ଭରି ରହିଥିଲା । ଆନ୍ଦୋଳନରେ ୫୦୦ ଲୋକ ମରିଯାଇଛନ୍ତି ବୋଲି ସେ ମୋଦିଙ୍କୁ କହିଥିଲେ ।

Advertisment

ହେଲେ ମୋଦି ଏଥିରେ ରାଗିଯାଇ ଥିଲେ ଆଉ କହିଥିଲେ, ସେମାନେ କ’ଣ ମୋ ପାଇଁ ମରିଛନ୍ତି କି ? ଆଉ ଏହାର ଉତ୍ତରରେ ସତ୍ୟପାଲ ମଲିକ୍ ହଁ କରିଥିଲେ । ସାରା ଦେଶର ଭାର ତାଙ୍କ ହାତରେ । ସେ ହିଁ ବର୍ତ୍ତମାନ ପାଇଁ ଦେଶର ରାଜା । ଏହିପରି ଭାବେ ଉଭୟଙ୍କ ମଧ୍ୟରେ କଟାକଟି ହେବାପରେ ମାତ୍ର ୫ ମିନିଟ୍‌ରେ ସେମାନଙ୍କ ଆଲୋଚନା ଶେଷ ହୋଇଯାଇଥିଲା ।

୫ ମିନିଟ୍‌ର ଆଲୋଚନା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଆଉ ତା’ପରେ ସତ୍ୟପାଲ ମଲିକ୍ ଅମିତ ଶାହାଙ୍କୁ ଭେଟିଥିଲେ । ତେବେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ପୂର୍ବରୁ ଅନେକ ଥର ସେ ପ୍ରଶ୍ନ କରିଛନ୍ତି । କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଥିବା ମଲିକ କହିଛନ୍ତି, କୃଷି ଆଇନ ପ୍ରତ୍ୟାହାର ଚାଷୀଙ୍କ ପାଇଁ ଏକ ଐତିହାସିକ ବିଜୟ । ଦେଶର ମେରୁଦଣ୍ଡଙ୍କ ଆନ୍ଦୋଳନ ସରକାରଙ୍କୁ ନଇଁବା ପାଇଁ ବାଧ୍ୟ କଲା ।

ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଏହି ବୟାନ୍‌ ପରେ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଛି । ମଲିକଙ୍କ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି କଂଗ୍ରେସ ଲେଖିଛି - ଗର୍ବ, ନିଷ୍ଠୁରତା ଏବଂ ସମ୍ବେଦନଶୀଳତା । ବିଜେପି ରାଜ୍ୟପାଳଙ୍କ ଏହି ବିବୃତ୍ତିରେ ମୋଦିଙ୍କ 'ଗୁଣଗୁଡିକ' ଉଲ୍ଲେଖ କରାଯାଇଛି । ଗଣତନ୍ତ୍ର ପାଇଁ ଏହା ଚିନ୍ତାର ବିଷୟ ।

ସୂଚନାଯୋଗ୍ୟ କୃଷି ଆଇନ୍‌ ସମ୍ପର୍କରେ ଚାଷୀଙ୍କ ଦୀର୍ଘ ଦିନର ସଂଘର୍ଷ ପରେ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିଛନ୍ତି । କୃଷି ଆଇନ୍‌ ପ୍ରତ୍ୟାହାର ସମ୍ପର୍କରେ ସତ୍ୟପାଲ ମଲିକ କାର୍ଯ୍ୟକ୍ରମରେ କହିଛନ୍ତି , ଆଉ କିଛି ପ୍ରସଙ୍ଗ ବାକି ଅଛି । ଏବେ ବି କୃଷକଙ୍କ ବିରୋଧରେ ମାମଲା ପଞ୍ଜିକୃତ ହୋଇଛି । ସଚ୍ଚୋଟତା ସହିତ ସମସ୍ତ ମାମଲାକୁ ପ୍ରତ୍ୟାହାର କରାଯିବା ଉଚିତ୍ । ଏହାସହ ଆଇନଗତ MSP ପାଇଁ ଗ୍ୟାରେଣ୍ଟି ଦିଆଯିବା ଉଚିତ୍ ।

Meghalaya Governor
Advertisment
Advertisment