Advertisment

ନାଇଜରରେ ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା

ଏକାଥରକେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଚିହ୍ନଟ ହେଲେ ୩୧ ଜଣ କରୋନା ଆକ୍ରାନ୍ତ ।

author-image
Prangyan Parimita
corona

corona

ରାଜ୍ୟରେ ଭୟ ସୃଷ୍ଟି କଲାଣି କରୋନା । ଖୋର୍ଦ୍ଧାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ( NISER)ରେ ୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୧ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି । ତେବେ ୩୧ ପଜିଟିଭ ହୋଇ‍ଥିବା ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

Advertisment

ସେପଟେ ଆଜି ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି।

ଅନ୍ୟପଟେ ପୁରୀକୁ ଫେରିଛି କଣ୍ଟେନମେଣ୍ଟ। ପୁରୀ ସମୁଦ୍ରକୂଳ ନିକଟ ଏକ ହୋଟେଲ୍‌ରୁ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ହୋଟେଲ୍‌ର ୨ ଜଣ କର୍ମଚାରୀ ଓ ଜଣେ ପର୍ଯ୍ୟଟକ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲା ପ୍ରଶାସନ ଏବେ ସହରର ୧୧ ନମ୍ବର ୱାର୍ଡର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ହୋଟେଲ୍‌ ସଲଗ୍ନ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍‌ ଘୋଷଣା କରିଛି।ଏହି ଅଞ୍ଚଳରେ କେହି ବ୍ୟକ୍ତି ପ୍ରବେଶ କରିପାରିବେନି। ସମ୍ପୂର୍ଣ୍ଣ ଅଞ୍ଚଳରେ ଯାତାୟତକୁ ବନ୍ଦ କରାଯାଇଛି।

Advertisment
Coronavirus
Advertisment
Advertisment