• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଟେନିସ କୋର୍ଟରେ ଜଲ୍ଓ୍ୱା ଦେଖାଇ ଜିଣିଛନ୍ତି ଡଜନ ସଂଖ୍ୟକ ମେଡାଲ

ବର୍ଷ ୨୦୨୧ ତାଙ୍କ ପାଇଁ ଥିଲା ସଂଘର୍ଷ ଓ ସଫଳତାର ବର୍ଷ । ଟେନିସ କୋର୍ଟରେ ଜଲ୍ଓ୍ୱା ଦେଖାଇ ଏହି ବର୍ଷ ଜିଣିଛନ୍ତି ଡଜନ ସଂଖ୍ୟକ ମେଡାଲ । ଆଉ ଆଶା ରଖିଛନ୍ତି ଓଡ଼ିଶାର ପ୍ରଥମ ମହିଳା ଭାବେ WTA ଖେଳିବା ପାଇଁ ।

ଜବରଦସ୍ତ ସର୍ଭିସ । ଆକର୍ଷଣୀୟ ବ୍ୟାକ୍ ହ୍ୟାଣ୍ଡସଟ୍ ଭୋଲିସ୍ ସଟ୍ ଖେଳିବାରେ ମାହିର । ଫୁଟ ଓ୍ୱାର୍କ ବି ଚମତ୍କାର । ଭାରତୀୟ ଟେନିସର ନୂଆ ସମ୍ଭାବନା ସୋହିନୀ ମହାନ୍ତି । ୮ ବର୍ଷ ବୟସରୁ ଟେନିସର ABCD ଶିଖିଥିବା ସୋହିନୀଙ୍କ ପାଇଁ ବର୍ଷ ୨୦୨୧ ଥିଲା ସଂଘର୍ଷ ଆଉ ସଫଳତାର ବର୍ଷ । ଚଳିତ ବର୍ଷ ସେ ୧୪ ବର୍ଷରୁ କମ ବୟସ ବର୍ଗର ଏସିଆନ ଚାମ୍ପିୟାନସିପରେ ଟାଇଟଲ ଜିଣିଥିବା ବେଳେ ଅନେକ AITA ସୁପର ସିରିଜ, ଚାମ୍ପିୟାନସିପ ସିରିଜ ଜିଣିଛନ୍ତି । ୧୨ବର୍ଷରୁ କମ ବୟସ ବର୍ଗରେ ଭାରତରେ ଦ୍ୱିତୀୟ ରାଙ୍କ୍ ହାସଲ କରିଥିବା ବେଳେ ୧୪ ବର୍ଷରୁ କମ ବୟସ ବର୍ଗରେ ବର୍ତ୍ତମାନ ଭାରତରେ ସପ୍ତମ ରାଙ୍କରେ ରହିଛନ୍ତି ସୋହିନୀ ।

ଲକ୍ଷ୍ୟ ହାସଲ ପାଇଁ ସୋହିନୀ ଚଳାଇଛନ୍ତି କଠୋର ଅଭ୍ୟାସ । ସ୍ୱପ୍ନ ଓଡ଼ିଶାର ପ୍ରଥମ ମହିଳା ଭାବେ WTAରେ ପାଦ ଥାପିବା । ସେଥିପାଇଁ କୋର୍ଟରେ ରାକେଟ ଆଉ ବଲ୍ ସହ ଦିନକୁ ୬ ଘଣ୍ଟା କାଟୁଛନ୍ତି । ପୁଣି ଫିଟନେସ୍ ପାଇଁ ୨ ଘଣ୍ଟା ଜିମରେ ଯାଉଛି ସମୟ । ସୋହିନୀଙ୍କୁ ଜଣେ ସଫଳ ଟେନିସ୍ ପ୍ଲେୟାର ବନାଇବା ପାଇଁ କୋଚ୍ ଫାରନ ଅଲ୍ଲୀ ଦେଉଛନ୍ତି ଗୁରୁମନ୍ତ୍ର । ବିଶ୍ୱ ବିଖ୍ୟାତ ଟେନିସ ତାରକା ରୋଜର ଫେଡରର ଏବଂ ଇଣ୍ଡିଆନ ଟେନିସ ସେନସେସନ ସାନିଆ ର୍ମିଜା ସୋହିନୀଙ୍କ କ୍ୟାରିୟରର ଆଇଡ଼ଲ ।

ଟେନିସ ଖେଳିବା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ସୋହିନୀ ୬୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସାଙ୍ଗକୁ ରାଜ୍ୟସ୍ତରୀୟ ଟାଇଟଲ ଜିଣିଛନ୍ତି । ବାପା ମାଆଙ୍କ ପ୍ରେରଣାରେ ଖେଳ ଆରମ୍ଭ କରିଥିବା ସୋହିନୀଙ୍କ ପାଇଁ ଏବେ ଅର୍ଥ ବାଧକ ସାଜିଛି । ସରକାର କିମ୍ବା କର୍ପୋରେଟ ସଂସ୍ଥା ଯଦି ସୋହିନୀଙ୍କୁ ସହାୟତା ପାଇଁ ଆଗେଇ ଆସନ୍ତି ତାହାଲେ ଓଡ଼ିଶାର ନାମ ବିଶ୍ୱ ଟେନିସରେ ସ୍ଥାନ ପାଇ ପାରନ୍ତା ବୋଲି ଆଶା କରାଯାଉଛି ।

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ