• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାଜା ବାଜୁଛି, ନାଚ ଚାଲିଛି । ଗଗନ ପବନ ପ୍ରକମ୍ପିତ ହେଉଛି । ଉଠୁଚି ପଡୁଛି ନୂଆପଡା ଜିଲ୍ଲା ବୁଦ୍ଧିକୋମନା ଗାଁ । ଭାରତ ମାତାକି ଜୟ ସ୍ଲୋଗାନ । ସମସ୍ତଙ୍କ ମନରେ ଉତ୍ସାହ, ସମସ୍ତଙ୍କ ଭିତରେ ଆନନ୍ଦ । ଆଉ ଏ ସବୁର କେନ୍ଦ୍ରରେ ଅଛନ୍ତି ଗାଁର ଯୁବକ ଭୁବନ ବାଗ୍ । କାରଣ ୨୦ ବର୍ଷ ଧରି ସେନାରେ ଚାକିରି କରି ସୀମାରେ ଭାରତମାତାର ସେବା କରିବା ପରେ ଏବେ ସେ ଗାଁକୁ ଫେରିଛନ୍ତି ।

୨୦ ବର୍ଷ ତଳେ ୧୫ ଡିସେମ୍ବର ୨୦୦୧ ମସିହାରେ ଭାରତୀୟ ସେନାବାହିନୀରେ ହାବିଲଦାର ଭାବେ ଯୋଗ ଦେଇଥିଲେ ଭୁବନ ବାଗ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ କାଶ୍ମୀର, ତାମିଲନାଡୁ, ପଞାବ ପ୍ରଭୃତି ସ୍ଥାନରେ ଦକ୍ଷତାର ସହ ସେ କାର୍ଯ୍ୟ କରିଛନ୍ତି । ୨୦ ବର୍ଷ ଦେଶର ସେବା କରି ସେ ଗତ ଡିସେମ୍ବର ୩୧ ତାରିଖରେ କାର୍ଯ୍ୟରୁ ଅବସର ନେଇଛନ୍ତି ।

ତେବେ ଚାକିରି ତ ସମସ୍ତେ କରୁଛନ୍ତି , ଆଉ ଅବସର ବି ନେଉଛନ୍ତି। କିନ୍ତୁ ଗାଁ ଲୋକଙ୍କ ପାଇଁ ଭୁବନଙ୍କ ଏହି ଘରବାହୁଡ଼ା ଥିଲା ସ୍ମରଣୀୟ । କାରଣ ଏମାନଙ୍କ ଦୃଷ୍ଟିରେ ଭୁବନ ଜଣେ ସାଧାରଣ ମଣିଷ ନୁହଁନ୍ତି । ଆମେ ଯେତେବେଳେ ଘରେ ଶାନ୍ତିରେ ଶୋଇଥାନ୍ତି, ଏଇ ଭୁବନଙ୍କ ପରି ଯବାନମାନେ ହିଁ ସୀମାରେ ଶତ୍ରୁକୁ ଜଗିଥାନ୍ତି । ସେଥିପାଇଁ ଭୁବନ ମହାନ ।

ଭୁବନ ମଧ୍ୟ ଗାଁ ଲୋକଙ୍କ ଏହି ସ୍ନେହ ଶ୍ରଦ୍ଧାକୁ ବେକାର ଯିବାକୁ ଦେବେନି । ଆଗାମୀ ଦିନରେ ଗାଁରେ ଏକ ଡିଫେନ୍ସ ଏକାଡେମୀ କରି ଅଂଚଳର ଯୁବକଙ୍କୁ ସେନାରେ ଭର୍ତ୍ତି କରିବାକୁ ଯୋଗ୍ୟ କରିବେ ବୋଲି ଶପଥ ନେଇଛନ୍ତି । ଭୁବନଙ୍କ ଏଥିରେ ସଫଳ ହୁଅନ୍ତୁ ଏତିକି ଆମର କାମନା।

ନୂଆପଡ଼ାରୁ ମାୟାଧର ସରାଫଙ୍କ ରିପୋର୍ଟ