• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅ । ସ୍ପାଇଡର ମ୍ୟାନ୍ ସିରିଜର ସେଟ୍ ଡିଜାଇନ କରି ଚର୍ଚ୍ଚାରେ ଗଞ୍ଜାମ ଖଲ୍ଲିକୋଟର ସିଲଭିଆ ମହାପାତ୍ର । ନିକଟରେ ମୁକ୍ତିଲାଭ କରିଥିବା ସ୍ପାଇଡର ମ୍ୟାନ ନୋ- ୱେ -ହୋମ ସିନେମା ଏବେ ବକ୍ସ ଅଫିସରେ ଧମାକା କରୁଛି । ଆଉ ସେହି ସିନେମାରେ ଓଡ଼ିଆ ଝିଅ ସିଲଭିଆଙ୍କ ଅତୁଟ ଅବଦାନ ରହିଛି । ଯାହା ଆମ ଓଡ଼ିଶା ପାଇଁ ଗର୍ବ।

ଗଞ୍ଜାମ ଖଲ୍ଲିକୋଟ କରଣ ସାହି ନିବାସୀ ପ୍ରଫେସର ଅଜିତ ମହାପାତ୍ରଙ୍କ ବଡ଼ ଝିଅ ସିଲଭିଆ ମହାପାତ୍ର । ଜାମ୍ବିଆ ଏବଂ ୟୁଏସ୍ଏର ଆଟଲାଣ୍ଡା ସ୍ଥିତି ଜିଓଜିଆ ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜିରେ ସେ ପାଠପଢ଼ା ସମାପ୍ତ କରିଛନ୍ତି । ଏବେ ତାଙ୍କୁ ନେଇ ଓଡ଼ିଶାରେ ଚର୍ଚ୍ଚା ଆରମ୍ଭ ହୋଇଛି । ସ୍ପାଇଡର ସିରିଜରେ ସେ କାମ କରିଛନ୍ତି । ହଜାର ହଜାର କୋଟି ଟଙ୍କାର ହଲିଉଡ ସେଟ ଡିଜାଇନ କରି ସିଲଭିଆ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।

ଗତ ୧୭ ତାରିଖ ଦିନ ଦେଶ ବିଦେଶରେ ମୁକ୍ତିଲାଭ କରିଥିବା ସ୍ପାଇଡର ମ୍ୟାନ ନୋ ୱେ ହୋମ ବକ୍ସ ଅଫିସରେ ଧମାକା କରୁଛି। ଗତ କିଛି ଦିନ ମଧ୍ୟରେ ୮ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଥିବା ବେଳେ କେବଳ ଭାରତରେ ୧୬୫ କୋଟି ଟଙ୍କାରେ ବ୍ୟବସାୟ କରି ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ଆଉ ଏଠାରେ ଉଲ୍ଲେଖନୀୟ କଥା ହେଲା ଏହି ସିନେମାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହରର ଓଡ଼ିଆ ଝିଅ ସିଲଭିଆ ମହାପାତ୍ରଙ୍କ ବିଶେଷୱ ଅବଦାନ ରହିଛି ।  ସେ ଏହି ସିନେମାରେ ସେଟ୍ ଡିଜାଇନ୍ କରି କୋଟି କୋଟି ଦର୍ଶକଙ୍କ ହୁଦୟକୁ ଜିତି ପାରିଛନ୍ତି ।

ସିଲଭିଆ ହଲିଉଡରେ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଥିବାବେଳେ ଓଡ଼ିଆ ଝିଅ ଭାବେ ଖଲ୍ଲିକୋଟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ କାମ ମିଳିଲେ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ସିଲିଭିଆଙ୍କ ସମ୍ପର୍କୀୟ ।

ଖଲ୍ଲିକୋଟରୁ ସିଲୁ ବିଶ୍ୱାଳଙ୍କ ରିପୋର୍ଟ