ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସ୍ପଷ୍ଟ ହୋଇନି ।
୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ ।
ଡିସେମ୍ବର ୧ ତାରିଖରୁ ସମୁଦ୍ରରେ ପବନ ବହିବ । ତେଣୁ ସମୁଦ୍ରକୁ ନ ଯିବାକୁ ଧୀବରଙ୍କୁ ପରାମର୍ଶ ଦିଆଯାଇଛି ।
୧ ତାରିଖ ବେଳକୁ ବାତ୍ୟାର ରୂପ ନେବା ସମ୍ଭାବନା । ଦିଗ, ଗତି ଓ ପ୍ରଭାବକୁ ନେଇ ସ୍ପଷ୍ଟ ହୋଇନି ଚିତ୍ର ।
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି ।
ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
୨୭ ତାରିଖ ବେଳକୁ ଲଘୁଚାପ ଅବପାତରେ ପରିଣତ ସମ୍ଭାବନା ରହିଛି ।
ମୋଙ୍ଗଲା ଓ ଖେପାପୁରା ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ ..ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବନି ..ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା..
ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବ ନାହିଁ । କେବଳ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଗଭୀର ଅବପାତ ନେଇ ପାରେ ବାତ୍ୟାର ରୂପ, ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶା ଉପରେ ପଡ଼ିବନି ପ୍ରଭାବ କହିଲା ପାଣିପାଗ କେନ୍ଦ୍ର ...ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ... ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ୟେଲୋ ୱାର୍ଣ୍ଣିଂ ...
ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ସମ୍ଭାବନା....ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ...
ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି...୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବା ସମ୍ଭାବନା...ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଗତି କରି ଘନୀଭୂତ ହେବ...
ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ .....୧୬ ତାରିଖରେ ଅବପାତର ରୂପ ନେଇପାରେ ....୧୫ ଓ ୧୬ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ...
ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହି ଅଞ୍ଚଳରେ ବହୁତ ବାଦଲ ମଧ୍ୟ ଦେଖା ଯାଇଛି ।
୧୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୧୬ ତାରିଖ ବେଳକୁ ବର୍ଷା ସମ୍ଭାବନା ରହିଛି ।
ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବା ସହ ୫ ଦିନ ପରେ ରାତି ତାପମାତ୍ରା ସାମନ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ଆରମ୍ଭ ହୋଇ ଗଲାଣି ଶୀତ ଋତୁ। ସମଗ୍ର ରାଜ୍ୟ ଆସ୍ତେଆସ୍ତେ ଶୀତ ଅନୁଭୁତ ହେଲାଣି । ଆଜିଠୁ ରାଜ୍ୟରେ ଆହୁରି ଶୀତ ବଢିବ।
ପାହାଡ଼ ଅଞ୍ଚଳରେ ଅନୁଭୂତ ହେଲାଣି ଶୀତର ପ୍ରକୋପ ।
ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି ।
ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ୩ ଦିନ ଯାଏଁ ବର୍ଷା ନେଇ ସୂଚନା ଦିଆଯାଇଛି ।
ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
ଭୀଷଣ ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ହାମୁନ୍’ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ।