Advertisment

ଚାଷୀ କାନ୍ଦିଲେଣି, ଯୁଆଡ଼େ ଦେଖିବ ସିଆଡ଼େ ପାଣି; ଘର ଦୁଆର ବୁଡ଼ିଗଲାଣି, କାର୍ ଭାସିଲାଣି !

ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chennai Flood

Chennai Flood

ବାତ୍ୟା ମିଗଜୋମ୍ ପ୍ରଭାବରେ ଉବୁଟୁବୁ ତାମିଲନାଡୁ, ଉବୁଟୁବୁ ଚେନ୍ନାଇ। ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟ ଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ। ସବୁଠି ଉବୁଟୁବୁ ସ୍ଥିତି। ଗାଡ଼ି ଗମନାଗମନ ସହିତ ଟ୍ରେନ୍ ଓ ବିମାନ ଚଳାଚଳ ବି ବାଧାପ୍ରାପ୍ତ ହୋଇଛି।

Advertisment

ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି । ସେପଟେ ପ୍ରବଳ ବର୍ଷା ଯୋଗୁ ଚେନ୍ନାଇ ରାଜରାସ୍ତାରେ ବୁଲୁଛି କୁମ୍ଭୀର। ଅନ୍ଧାର ରାତିରେ ରାସ୍ତା ଉପରକୁ ଆସିଯାଇଥିଲା ବିରାଟକାୟ କୁମ୍ଭୀର। ଯାହାକୁ ଦେଖି ଭୟଭୀତ ହୋଇପଡିଥିଲେ ଲୋକେ।

ସେପଟେ ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ଆରମ୍ଭ ହୋଇଯାଇଛି ବର୍ଷା। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଏସବୁ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପୁରୀ, କଳାହାଣ୍ଡି, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଅନ୍ୟପଟେ ଅମଳ ସମୟରେ ଏଭଳି ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି। ସମୟ ପୂର୍ବରୁ ଧାନ କାଟି ନେବାକୁ ତର ତର ହେଉଛି ଚାଷୀ। କିଏ ଟ୍ରାକ୍ଟର ଲଗାଇ କଟା ଧାନକୁ ବୋହିନେଉଛି ତ କିଏ କଟା ଧାନକୁ ବିଲରେ ଜରି ଗୁଡାଇ ସାଇତି ରଖୁଛି। ବର୍ଷକର ପରିଶ୍ରମକୁ ବର୍ଷା ଦାଉରୁ ସାଇତି ରଖିବାକୁ ଚେଷ୍ଟା କରୁଛି ଚାଷୀ।

ଏବେ ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗଜୋମ’। ଆଉ କିଛି ଘଣ୍ଟା ଭିତରେ ଏହା ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ। ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ସମୁଦ୍ର ଭିତରେ ଗତି କରୁଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ରୁ ଶହେ କିଲୋମିଟର ରହିପାରେ । ତେବେ ଝଟକା ପବନର ବେଗ ୧୧୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ ।

ତେବେ ବାତ୍ୟା ଉପକୂଳ ଦେଇ ଗତି କରୁଥିବାରୁ ବାଦଲ ଖଣ୍ଡ ଗୁଡ଼ିକ ସମୁଦ୍ର ତଟରେ ଅଳ୍ପ ଉଚ୍ଚରେ ଅତିକ୍ରମ କରୁଛି । ଏହା ବର୍ତ୍ତମାନ ଉତ୍ତର ଦିଗକୁ ଗତିକରି ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇଛି।

Weather News Weather Update
Advertisment
Advertisment