Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମିଗ୍‌ଜୋମ୍‌’, ଲ୍ୟାଣ୍ଡଫଲ୍ ବେଳେ ୧୦୦ କି.ମି. ବେଗରେ ପବନ ବହିବ...

ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Michaung forms over bay of bengal

Cyclone Michaung forms over bay of bengal

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ବାତ୍ୟା 'ମିଗ୍‌ଜୋମ୍‌’ରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୬ କି.ମି. ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କି.ମି. ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି ।

Advertisment

ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଚ୍ଛଲିପଟ୍ଟନମ୍‌ ଉପକୂଳ ଛୁଇଁବ । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।

ସେପଟେ ତାମିଲନାଡୁରେ ବର୍ଷା କାଚୁଛି ତ ଏଣେ ଓଡ଼ିଶାକୁ ଛନକା ପଶିଛି। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ଅଦିନିଆ ବର୍ଷା ନେଇ ବି ସତର୍କ କଲାଣି ପାଣିପାଗ ବିଭାଗ। ଚେତାବନୀ ଦେଇଛି- ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। 

Advertisment
Cyclone
Advertisment
Advertisment